28.1 C
Bhubaneswar
Wednesday, April 24, 2024
Homeଓଡିଶାରେକର୍ଡ ଭାଙ୍ଗିଲା; ଆଜି ୨୮ ଜିଲ୍ଲାରୁ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ

ରେକର୍ଡ ଭାଙ୍ଗିଲା; ଆଜି ୨୮ ଜିଲ୍ଲାରୁ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୦୭୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।


 
 
 
 
ଅନୁଗୁଳରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ଵର ରୁ ୧୦, ବରଗଡ଼ରୁ ୨୬, ଭଦ୍ରକରୁ ୧, ବଲାଙ୍ଗୀର ରୁ ୬, ବୌଧରୁ ୩, କଟକରୁ ୫୭, ଢେଙ୍କାନାଳରୁ ୨, ଗଜପତିରୁ ୨୪, ଗଞ୍ଜାମରୁ ୩୭୧, ଜଗତସିଂହପୁର ରୁ ୩୫, ଯାଜପୁରରୁ ୨୦, ଝାରସୁଗୁଡ଼ାରୁ ୩୪, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୧୬, ଖୋର୍ଦ୍ଧାରୁ ୧୨୧, କୋରାପୁଟରୁ ୧୫, ମାଲକାନଗିରିରୁ ୬୬,ମୟୁରଭଞ୍ଜରୁ ୧୩, ନବରଙ୍ଗପୁର ରୁ ୧୭, ନୟାଗଡର ୫, ପୁରୀରୁ ୨୮, ରାୟଗଡ଼ାରୁ ୯୬, ସମ୍ବଲପୁରରେ ୨୦, ସୋନପୁର ରୁ ୧୦ ଓ ସୁନ୍ଦରଗଡ଼ରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking