31.1 C
Bhubaneswar
Friday, March 29, 2024
Homeଓଡିଶାଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

ଭୁବନେଶ୍ୱର : ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି। ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର। ଏହି ଆକ୍ରାନ୍ତ ଜଣଙ୍କ ରାଉରକେଲା ନାଲା ରୋଡର ୬୦ ବର୍ଷ ବୟସ୍କ ବ୍ୟକ୍ତି । ସେ ଲକଡାଉନ ଯୋଗୁଁ ମାର୍ଚ୍ଚ ୨୨ରୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ଘରେ ରହିଥିଲେ । ୨୧ ଏପ୍ରିଲରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ସାଧାରଣ ଥଣ୍ଡା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ତାଙ୍କୁ ୨୩ ଏପ୍ରିଲରୁ ହାଇଟେକ୍ କୋଭିଡ୍ –ହସ୍ପିଟାଲ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ମାତ୍ର ତାଙ୍କଠାରେ ରୋଗର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ତେବେ ୨୫ ଏପ୍ରିଲରେ ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେହିଦିନ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କରୋନା ଚିହ୍ନଟ ହେବା ପରେ ତାଙ୍କୁ ୨୫ତାରିଖରୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
https://onakhabar.com/2020/04/26/3-more-corona-positive-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking