34.1 C
Bhubaneswar
Friday, March 29, 2024
Homeଓଡିଶାଇମାମୀ ପେପର ମିଲରୁ ୧୦୧ ପଜେଟିଭ

ଇମାମୀ ପେପର ମିଲରୁ ୧୦୧ ପଜେଟିଭ

ବାଲେଶ୍ୱର : ବାଲେଶ୍ୱର ଇମାମୀ ପେପର ମିଲରୁ ୧୦୧ ପଜେଟିଭ ଚିହ୍ନଟ ହୋଇଛନ୍ତି ।  ଆଜି ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୫୮ ଜଣ ନୂଆ ପଜେଟିଭ ମଧ୍ୟରୁ କେବଳ ଇମାମୀରୁ ୧୦୧ ଜଣ ପଜେଟିଭ ରହିଛନ୍ତି । ଇମାମିର ଏକ କଲୋନୀକୁ ମାଇକ୍ରୋ କଣ୍ଟନମେଣ୍ଟ ଘୋଷଣା କରାଯାଇଛି । ମିଲରୁ ୩ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ବନ୍ଦ କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ସିଡିଏମଓ ଦୁଲାଲସିଂ ଜଗଦେବ ।

ତେବେ ଇମାମୀ ମିଲରେ ପ୍ରଥମେ ଜଣେ ଦୁଇ ଜଣ କୋରନା ଚିହ୍ନଟ ହୋଇଥିଲେ । ତାଙ୍କ କଣ୍ଟାକ୍ଟରେ ଆସି ଅନ୍ୟ ମାନଙ୍କୁ କୋରନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପଜେଟିଭ ଚିହ୍ନଟ ପରେ କଲୋନୀର ମାଇକ୍ରୋ କଣ୍ଟନମେଣ୍ଟ ଘୋଷଣା କରାଯିବା ସହିତ ୨ ଟି କ୍ୱାରେନଟାଇନ ସେଣ୍ଟର ଆରମ୍ଭ କରାଯାଇଛି । ଯେଉଁଠି କର୍ମଚାରୀ ମାନେ ଆଇସୋଲେସନରେ ରହିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking