26.1 C
Bhubaneswar
Thursday, October 6, 2022
Homeଓଡିଶା୧୦୦ ହାଇସ୍କୁଲରେ ଖୋଲିବ +୨ ଶ୍ରେଣୀ

୧୦୦ ହାଇସ୍କୁଲରେ ଖୋଲିବ +୨ ଶ୍ରେଣୀ

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍ କରାଯିବ । ଡ୍ରପ୍‌ଆଉଟ୍ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଯେଉଁସବୁ ବ୍ଲକରେ ଯୁକ୍ତ୨ କଲେଜ ନାହିଁ ସେଠାରେ ହାଇସ୍କୁଲକୁ ଅପଗ୍ରେଡ୍ କରାଯିବ । ଏନେଇ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ +୨ କଲେଜ ନ ଥିବାରୁ ମାଟ୍ରିକ ପାସ୍ ପରେ ପିଲାଏ ପାଠ ଛାଡୁଛନ୍ତି । ଏଭଳି ପଦକ୍ଷେପ ପରେ ବିଶେଷକରି ଝିଅମାନେ ଅଧିକ ଉପକୃତ ହେବେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ବହୁ ଦୂରରେ କଲେଜ ରହିଛି । ତେଣୁ ମାଟ୍ରିକ୍ ପାସ୍ ପରେ ଏତେ ଦୂର ଯାଇ ପିଲାମାନେ ପାଠ ପଢ଼ିବା କଷ୍ଟାସାଧ୍ୟ ହେଉଛି । ଯେଉଁଥିପାଇଁ ପିଲାମାନେ ପାଠ ପଢ଼ା ଛାଡ଼ି ଦେଉଛନ୍ତି । ଛାତ୍ରୀମାନେ ଅଧାରୁ ପାଠ ପଢ଼ା ଛାଡ଼ି ନିଜକୁ ଘର କାମରେ ନିୟୋଜିତ କରୁଛନ୍ତି । ଏଥିରେ ରୋକ୍ ଲଗାଇବା ପାଇଁ ହାଇସ୍କୁଲକୁ ଅପ୍‌ଗ୍ରେଡେସନ୍ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏହାଦ୍ୱାରା ଡ୍ରପ୍‌ଆଉଟ୍ କମିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking