34.1 C
Bhubaneswar
Thursday, April 25, 2024
Homeଓଡିଶାବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ଅସୁସ୍ଥ

ରାୟପୁର: ବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ଅସୁସ୍ଥ ହୋଇଛନ୍ତି । ଗତକାଲି ଛତିଶଗଡର ମହା ସମୁନ୍ଦ ଜିଲ୍ଲାର ଅଂଶୁଲା ଗାଁରେ ୫୧ଟି ଶିଶୁଙ୍କ ସହ ପ୍ରାୟ ୧୦୦ ଜଣ ଲୋକ ବିଷାକ୍ତ ଖାଦ୍ୟ ଖାଇ ରୋଗରେ ପଡିଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେମାନଙ୍କୁ ନିକଟସ୍ଥ ପିଥୋରା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଫୁଡ୍ ପଏଜନିଂ କାରଣରୁ ସେମାନଙ୍କର ଏହିପରି ଅବସ୍ଥା ହୋଇଥିବାର ଜଣାପଡିଛି । ବର୍ତ୍ତମାନ ମଧ୍ୟ ସେମାନଙ୍କ ସ୍ୱାସ୍ଥ ଅବସ୍ଥା ଅତି ଗୁରୁତର ରହିଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ, ନିଜ ଗାଁରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବାସଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଗାଁର ଅନକ ଲୋକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଭୋଜନର ଆୟୋଜନ ମଧ୍ୟ ହୋଇଥିଲା । ଯାହାକୁ ଖାଇବା ପରେ ଲୋକମାନଙ୍କର ଝାଡା ବାନ୍ତି ହୋଇଥିବା ଅଭିଯୋଗ କରାଯାଥିଲା । ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେ ଧିରେ ବିଗିଡିବାକୁ ଲାଗିଥିଲା । ସେମାନଙ୍କ ସ୍ୱାସ୍ଥବସ୍ଥା ନ ସୁଧୁରି କ୍ରମାଗତ ଭାବରେ ଅଧିକ ବିଗିଡିବାକୁ ଲାଗିଲା । ଫଳରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସମସ୍ତଙ୍କ ସ୍ୱାସ୍ଥବସ୍ଥା ଗୁରୁତର ରହିଛି । ଡାକ୍ତରଖାନାରେ ସମସ୍ତ ରୋଗୀଙ୍କୁ ସାଲାଇନ୍ ଲାଗାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ ଡୋମନ୍ ସିଂ ପିଥୋରା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀଙ୍କ ତଦାରଖ କରିଥିଲେ । ଏହା ସହ ବିପଦରୁ ମୁକ୍ତ ହୋଇଥିବା ରୋଗୀଙ୍କୁ ଦେଖା ମଧ୍ୟ କରିଥିଲେ । ଯାହାକୁ ନେଇ ସିଂ କହିଛନ୍ତି, “ଆମେ ଏଠାର ୱାର୍ଡର ନିରୀକ୍ଷଣ କରିଛୁ । ସାଙ୍କରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି । ହସ୍ପିଟାରେ ଭର୍ତ୍ତି ଥିବା ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ଡକାଯାଇଛି । ଏହା ସହ ସେ ଜିଲ୍ଲା ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ଦେବାର ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking