27.1 C
Bhubaneswar
Thursday, April 25, 2024
Homeଅପରାଧମାଇଁଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭଣଜାକୁ ୧୦ ବର୍ଷ ଜେଲ୍‌

ମାଇଁଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭଣଜାକୁ ୧୦ ବର୍ଷ ଜେଲ୍‌

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ (୨) ସୁବାସ କୁମାର ବେହାରି ଗୁରୁବାର ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ ଜେଲଦଣ୍ଡ ସହିତ ୭ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧୦ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି।
ସୂଚନା ଅନୁଯାୟୀ,, ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ମାମୁ-ସମ୍ପର୍କୀୟଭଣଜା ମିଶି ଏକ ଢାବା କରିଥିଲେ। ଏହାରି ଭିତରେ ଭଣଜା ଶଶଧର ମାମୁଘରକୁ ବାରମ୍ବାର ଯିବାଆସିବା କରିବା ଫଳରେ ମାଇଁଙ୍କ ନିକଟତର ହୋଇ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲା। କଥା ପ୍ରଘଟ ହେବା ପରେ ୨୦୧୭ ମସିହା ଏପ୍ରିଲ ମାସ ୫ ତାରିଖରେ ମାଇଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ସମୟରେ ଶଶଧର ତାଙ୍କ ସହ ଦୁଷ୍କର୍ମ କରିଥିବା ଏବଂ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ଧମକଚମକ ଦେଉଥିବାରୁ ଏହାକୁ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଥିଲେ। ପରେ ଉକ୍ତ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏ ସଂପର୍କରେ ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକୁ ଭିତ୍ତି କରି ଶିଳ୍ପାଞ୍ଚଳ ଥାନା ଏକ ମାମଲା ରୁଜୁ କରାଯିବା ସହ ଥାନାର ତତ୍‌କାଳୀନ ଆଇଆଇସି ଅଶୋକ କୁମାର ମହାନ୍ତି ଅଭିଯୁକ୍ତ ଶଶଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ୧୬ ଜଣ ସାକ୍ଷୀ ଓ ୧୮ଟି ଦସ୍ତାବିଜକୁ ଭିତ୍ତି କରି ବିଚାରପତି ଶ୍ରୀ ବେହାରି ଗୁରୁବାର ଅଭିଯୁକ୍ତ ଶଶଧର ମଣ୍ଡଳକୁ ଦୋଷୀସାବ୍ୟସ୍ତ କରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking