38.8 C
Bhubaneswar
Friday, April 19, 2024
Homeଆଇପିଏଲ୍ -2022ଆଇପିଏଲର ୧୦ ମହଙ୍ଗା ଖେଳାଳୀ

ଆଇପିଏଲର ୧୦ ମହଙ୍ଗା ଖେଳାଳୀ

ନୂଆଦିଲ୍ଲୀ : ଆଇପିଏଲ ୧୪ର ନିଲାମୀକୁ ମିନି ନିଲାମୀ ରଖାଯାଇଥିଲା କିନ୍ତୁ ଚଳିତ ବର୍ଷ ଯେତେ ପରିମାଣରେ ଖେଳାଳୀ ମାନେ ଅଧିକରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ତାହା କେହି ବିଶ୍ୱାସ କରିନଥିଲେ । ୧୪ କୋଟିରୁ ଅଧିକ ଟଙ୍କାରେ ୪ଜଣ ଖେଳାଳୀ ବିକ୍ରି ହୋଇଛନ୍ତି । ଏହା ଆଇପିଏଲର ଇତିହାସରେ ପ୍ରଥମ ।

କ୍ରିସ ମୋରିସ ଏହିଥର ଆଇପିଏଲରେ ସବୁଠାରୁ ଅଧିକ ୧୬.୨୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ଟିମ କିଣିଛି । ପୁର୍ବ ବର୍ଷ ମଧ୍ୟ କ୍ରିସ ୧୦ କୋଟିରୁ ଅଧିକ ଟଙ୍କାରେ ବିକ୍ରୀ ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ଅଲରାଉଣ୍ଡର କା ଜାମିନସନ । ତାଙ୍କୁ ବାଙ୍ଗାଲୋର ଟିମ ୧୫ କୋଟିରେ କିଣିଛି ।

ତୃତୀୟ ସ୍ଥାନରେ ଅଛନ୍ତି ଗ୍ଲାନ ମ୍ୟାକ୍ସୱେଲ ତାଙ୍କୁ ୧୪.୨୫ କୋଟିରେ ବ୍ୟାଙ୍ଗଲୋର ଟିମ କିଣିଛି । ତାଙ୍କ ପରେ ଚତୁର୍ଥ ସ୍ଥାନ ରେ ଅଛନ୍ତି ରିଚାର୍ଡସନ ଯାହାଙ୍କୁ ପଞ୍ଜାବ ଟିମ ୧୪ କୋଟିରେ କିଣିଛି । ପଞ୍ଚମ ସ୍ଥାନରେ ଅଛନ୍ତି କ୍ର୍ରିଷ୍ନାପା ଗୌତମ ଯାହାଙ୍କୁ ୯.୨୫ କୋଟିରେ ଚେନ୍ନାଇ ସୁପର କିଙ୍ଗ ଟିମ କଣିଛି । ସେ ହେଉଛନ୍ତି ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳୀ । ଷଷ୍ଠ ସ୍ଥାନରେ ଅଛନ୍ତି ରିଲେ ମାରେଡିଥ ତାଙ୍କୁ ୮ କୋଟିରେ ପଞ୍ଜାବ ଟିମ କିଣିଛି । ସପ୍ତମ ସ୍ଥାନରେ ଅଛନ୍ତି ମୋଇନ ଅଲ୍ଲୀ ଯାହାଙ୍କୁ ୭ କୋଟିରେ ଚେନ୍ନାଇ ଟିମ କିଣି ନେଇଛି । ଅଷ୍ଟମ ସ୍ଥାନରେ ଅଛନ୍ତି ନେଥନ କୁଲଟରନା ଯାହାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ ୫ କୋଟିରେ କିଣି ନେଇଛି । ନବମ ସ୍ଥାନରେ ଅଛନ୍ତି ମେରାଇଜୋ ଜେନେରିକ୍ସ ଯାହାଙ୍କୁ ୪.୨ କୋଟିରେ ପଞ୍ଜାବ ଟିମ କିଣିଛି । ଏହାପରେ ଦଶମ ସ୍ଥାନରେ ଅଛନ୍ତି ଷେଭାନ ଦୁବେ । ତାଙ୍କୁ ରାଜସ୍ଥାନ ରୟାଲ୍ସ ୪.୨ କୋଟିରେ କିଣି ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking