29.1 C
Bhubaneswar
Friday, April 26, 2024
Homeଓଡିଶାକଟକରୁ ଆଉ ୧୦ ପଜିଟିଭ

କଟକରୁ ଆଉ ୧୦ ପଜିଟିଭ

ଭୁବନେଶ୍ୱର: କଟକ ମହାନଗର ଅଂଚଳରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦ରୁ ୪ଟି କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫ଟି ହୋମ୍ କ୍ୱାରେଣ୍ଟିନ ଏବଂ ଆଉ ଗୋଟିଏ ଲୋକାଲ କେସ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । ସମସ୍ତେ ଏସସିବି ଆଇସୋଲେସନରୁ ବାହାରିଛନ୍ତି । ଚିହ୍ନଟ ଜଣେ ସ୍ଥାନୀୟ ଆକ୍ରାନ୍ତ ଦିୱାନ ବଜାରର ସୂଚନା ରହିଛି ।

ଆଜି ରାଜ୍ୟର ୧୯ଜିଲ୍ଲାରୁ ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୮୬ ଜଣ ସ୍ଥାନୀୟ କେସ୍ ବୋଲି ଜଣାପଡ଼ିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୨୫୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୭୨ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୪୪୭୫ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ ହୋଇଥିବା ୫୭୦ଟି ପଜିଟିଭ କେସ୍ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୧୮ଟି କେସ୍ ଚିହ୍ନଟ ହୋଇଛି । ଜିଲ୍ଲାର ସ୍ଥିତି ଏବେ ସଙ୍ଗୀନ ହୋଇପଡ଼ିଛି । କଟକରୁ ୪୬ ଜଣ , ସୁନ୍ଦରଗଡ଼ରୁ ୪୪ ଜଣ, ଯାଜପୁରରୁ ୪୦ ଜଣ, ଖୋର୍ଦ୍ଧା ଓ ନୟାଗଡ଼ରୁ ୩୭ଜଣ ଲେଖାଏଁ ,ଝାରସୁଗୁଡ଼ାରୁ ୩୧ ଜଣ , ଗଜପତିରୁ ୨୫ଜଣ , ଜଗତସିଂହପୁରରୁ ୧୬ଜଣ, ପୁରୀରୁ ୧୫ ଜଣ, କେନ୍ଦୁଝରରୁ ୧୪ ଜଣ , ଅନୁଗୁଳ ଓ କୋରାପୁଟରୁ ୧୧ଜଣ ଲେଖାଏଁ, ମୟୁରଭଞ୍ଜରୁ ୧୦ ଜଣ , କେନ୍ଦ୍ରାପଡ଼ାରୁ ୬ଜଣ ,ବାଲେଶ୍ୱର , ବୌଦ୍ଧରୁ ୩ଜଣ ଲେଖାଏଁ , ଭଦ୍ରକରୁ ୨ଜଣ, ସମ୍ବଲପୁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking