34.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ଆଉ ୧୦ କାରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ବୃଦ୍ଧି

ରାଜ୍ୟରେ ଆଉ ୧୦ କାରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଉ ୧୦ କରୋନା ରୋଗୀ ଚିହ୍ନଟ । ଆକ୍ରାନ୍ତ ୧୦ଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୪ଜଣ ଓ ଭଦ୍ରକ ଜିଲ୍ଲାରୁ ୬ଜଣ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ରୁ ୨ଜଣ ଓ ଯାଜପୁରରୁ ୨ଜଣ । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୫୭ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସେହିପରି ଭଦ୍ରକରେ ୬ଜଣକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ୩୧କୁ ଛୁଇଛି । ସେଥିମଧ୍ୟରୁ ୧୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୧୯ଜଣ ଚିକିତ୍ସିତ ହେଉଛନ୍ତି ।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ଛୁଇଁଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଆଜି ସକାଳେ ରାଜ୍ୟରେ ୫୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଗଞ୍ଜାମରୁ ୨୯ଜଣ, ଅନୁଗୁଳରୁ ୧୩ଜଣ, ବାଲେଶ୍ୱରରୁ ୧୫ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଥିଲେ ।  ସମଗ୍ର ରାଜ୍ୟରେ ୨୯୧ଜଣ ଚିକତ୍ସିତ ହେଉଥିବାବେଳେ ୬୮ଜଣ ସୁସ୍ଥ ହୋଇ ଫେରିଛନ୍ତି । ୩ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking