39.1 C
Bhubaneswar
Tuesday, April 23, 2024
Homeଅପରାଧଦମ୍ପତ୍ତିଙ୍କ ଠାରୁ ଦଶ ଲକ୍ଷ ଠକେଇ

ଦମ୍ପତ୍ତିଙ୍କ ଠାରୁ ଦଶ ଲକ୍ଷ ଠକେଇ

ନୂଆଦିଲ୍ଲୀ: ଯୁଗ ଯେତିକି ଡିଜିଟାଲ ହେଉଛି, ଠକେଇ ମାମଲା ମଧ୍ୟ ସେତିକି ବୃଦ୍ଧି ପାଉଛି। ପୋଲିସ ଡାଳେ ଡାଳେ ଗଲେ ଅପରାଧୀମାନେ ପତରେ ପତରେ ଯାଉଛନ୍ତି। ଦିନକୁ ଦିନ ଠକେଇର ନୂଆ ଉପାୟ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଲୋକଙ୍କର ଆକାଉଣ୍ଟ ଖାଲି କରୁଛି। ଏହି ସମୟରେ ଦିଲ୍ଲୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। କେୱାସି ବାହାନାରେ ଅପରାଧୀମାନେ ଲୋକଙ୍କୁ ଚୂନ ଲଗାଉଥିଲେ। ଆଉ ବିମାନ ଯାତ୍ରା କରି ଟଙ୍କା ଉଠାଉଥିଲେ।

ଦିଲ୍ଲୀର ଉତ୍ତର ଡିସିପି ସାଗର ସିଂ କାଲସି କହିଛନ୍ତି ଯେ, ନିକଟରେ ଗୃହ ମନ୍ତ୍ରଣାଳୟର ସାଇବର କ୍ରାଇମ ପୋର୍ଟାଲରୁ ତାଙ୍କ ଦଳକୁ ଏକ ଠକେଇ ଅଭିଯୋଗ ଆସିଥିଲା। ଅଭିଯୋଗକାରୀ କହିଛନ୍ତି ଯେ, ସେ ଏକ ଖ୍ୟାତନାମା ଫାର୍ମାସ୍ୟୁଟିକାଲ କମ୍ପାନୀରେ ଏମଆର ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ମା’ଙ୍କର କର୍କଟ ଚିକିତ୍ସା ପାଇଁ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଟଙ୍କା ଥିଲା। କିନ୍ତୁ KYC କରିବା ନାମରେ କେହି ତାଙ୍କୁ ଠକେଇ କରିଥିଲେ। ପୀଡିତ ଜଣକ ଏକ ଜଣାଶୁଣା ୱାଲେଟରୁ ମୋବାଇଲରେ KYC କରିବା ପାଇଁ ଏକ ମେସେଜ ପାଇଥିଲେ। ସେଥିରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ସେ ତାଙ୍କ କାର୍ଡ ତଥ୍ୟ ଦେଇଥିଲେ। ଏହା ପରେ ପୀଡିତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଗଲା।

ସମାନ ଭାବରେ ଅଭିଯୁକ୍ତ ଜଣକ ପୀଡିତଙ୍କ ପତ୍ନୀଙ୍କ ମୋବାଇଲରୁ ଏକକାଳୀନ ଟଙ୍କା ଟ୍ରାନ୍ସଫର କରିଥିଲେ। ଉଭୟ ଆକାଉଣ୍ଟରୁ ମୋଟ ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଜାନୁଆରୀ ୧୩ରେ ଦିଲ୍ଲୀର ସାଇବର ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। SHO ଅଜୟ ଦଲାଲ ଏବଂ ଏସଆଇ ରୋହିତ ସରସ୍ୱତଙ୍କ ଟିମ୍ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ପୀଡିତଙ୍କୁ ରାଜସ୍ଥାନର ଜୟପୁରରୁ ଫୋନ କରାଯାଇଥିବାବେଳେ ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଠକେଇ ଟଙ୍କା ଉଠାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ଦଳ ତୁରନ୍ତ ଜୟପୁର ଏବଂ ଅନ୍ୟ ଦଳକୁ ଝାଡଖଣ୍ଡକୁ ପଠାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking