27.1 C
Bhubaneswar
Friday, March 29, 2024
Homeଅପରାଧହୋଲି ଅଘଟଣ : ୧୦ ମୃତ, ୪ ନିଖୋଜ

ହୋଲି ଅଘଟଣ : ୧୦ ମୃତ, ୪ ନିଖୋଜ

ଭୁବନେଶ୍ୱର : ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ନିଖୋଜ ଅଛନ୍ତି | ଏଭଳି ଦୁଖଦଃ ଘଟଣା ଆଜି ଘଟିଛି | ପାଣିରେ ବୁଡି ଓ ଦୁର୍ଘଟଣାରେ ଏହି ମୃତ୍ୟୁ ହୋଇଛି |
ମିଳିଥିବା ଖବର ଅନୁଯାୟୀ ଢେଙ୍କାନାଳ ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି | ହୋଲିଖେଳି ୩ ଯୁବକ ବାଇକରେ ଫେରୁଥିବାବେଳେ ଗଛରେ ପିଟିହୋଇ ମୃତ୍ୟୁ ବରଣ କରିଛନ୍ତି | ଢେଙ୍କାନାଳ-କପିଳାସ ରାସ୍ତାର ଛଣବୋଲୁଅ ଠାରେ ଏକ ଗଛରେ ପିଟିହୋଇଥିଲେ | ବାଇକ ଦ୍ରୁତଗତିରେ ଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି |ଏଥିରେ ଛଣବୋଲୁଅ ଗାଁର କୈଳାସ ସାହୁ(୪୫),ରାମେଶ୍ୱର ଗ୍ରାମର ସୁବ୍ରତ ରାଉତ(୨୪) ଓ କାଇମାଟି ଗାଁର ବ୍ରହ୍ମାନନ୍ଦ ଦେହୁରୀ ବୋଲି ଜଣାପଡିଛି |
ସେହିପରି ଗୁଣୁପୁରରେ ହୋଲି ଖେଳିସାରି ଗାଧେଇବାକୁ ଯାଇ ୩ ମୃତ ଓ ଜଣେ ନିଖୋଜ ହୋଇଛନ୍ତି | ପଦ୍ମପୁର ଥାନା ବଡ଼ନାଳ
ଡ୍ୟାମରେ ଗାଧୋଇବାକୁ ୪ ଯୁବକ ଯାଇଥିଲେ | ଗାଧୋଇଲାବେଳେ ସମସ୍ତେ ଭାସିଯାଇଥିଲେ | ୩ଜଣ ମୃତ୍ୟୁ ବରଣ କରିଥିବାବେଳେ ଜଣେ ନିଖୋଜ ଅଛନ୍ତି |
କଟକ କାଠଯୋଡିରେ ଭାସିଯାଇ ୨ ନାବାଳକଙ୍କ ମୃତ୍ୟୁ ହୋଇଛି | ହୋଲି ଖେଳିସାରି ଦୁଇ ନାବାଳକ ସାଙ୍ଗ ୪୨ ମୌଜା ନିକଟ ଘାଟରେ ଗାଧୋଉଥିବାବେଳେ ୨ ଜଣଯାକ ବୁଡି ଯାଇଥିଲେ | ଲୋକେ ଏହା ଦେଖି ଦୁଇ ଜଣକୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନା ନେଇଥିଲେ | ହେଲେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ | ଜଣେ ହେଲେ ନିଶାନ ପାଢୀ ଓ ଅନ୍ୟ ଜଣେ ହେଲେ ଶୁଭମ ବେହେରା |
ବାଲେଶ୍ୱର ଜିଲ୍ଲାରେ ଦୁଇଟି ଅଘଟଣ ଘଟିଛି | ସୋର ଅଂଚଳର ମୁହାଣ ଗାଁର ନରେନ୍ଦ୍ର ଜେନା ଆଜି ସକାଳେ ମଟର ସାଇକେଲରେ ହୋଲି ପାଇଁ ବଜାରକୁ ଆସିଥିଲେ | ମଙ୍ଗଳପୁର ନିକଟରେ ଷଣ୍ଡ ଆକ୍ରମଣରେ ତଳେ ପଡିଯାଇଥିଲେ | ସେହି ସମୟରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା | ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା |
ନୀଳଗିରିର ଗୁଗାଳି ବନ୍ଧରେ ଜଣେ ଯୁବକ ଗାଧୋଇଲାବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି | ସେ ହୋଲି ଖେଳିସାରି ଗାଧେଇବାକୁ ଆସିଥିଲେ | ସେ ହେଉଛନ୍ତି ଶିଆଦିମାଳ ଗାଁର ନିଶିକାନ୍ତ ସାଏବାବୁ |
ଇନ୍ଦ୍ରାବତୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି |
ମହାନଦୀରେ ବୁଡି ଛାତ୍ର ନିଖୋଜ | ଭୁବନେଶ୍ୱରର ପୁଅ, ଝିଅ ମିଶି ୬/୭ ଜଣ ହୋଲି ଖେଳିସାରି ନାରାଜକୁ ଗାଧୋଇବାକୁ ଯାଇଥିଲେ| ସେଠାରେ ଜଣେ ଛାତ୍ର ଗାଧୋଇଲାବେଳେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି | ତାଙ୍କ ନାମ ଶାଶ୍ୱତ ସାହୁ ବୋଲି ଜଣାପଡିଛି |
ପଟ୍ଟାମୁଣ୍ଡାଇରେ ବି ଘଟିଛି ଏକ ଅଘଟଣ | ହୋଲିଖେଳିସାରି ଦୁଇ ଭାଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ | ଦୁଇଜଣ ଯାକ
ପାଣିରେ ବୁଡିଯାଇଥିଲେ | ସାନଭାଇକୁ ଉଦ୍ଧାର କରାଯାଇଥିବାବେଳେ ବଡ଼ ଭାଇ ଆୟୁସ୍ମାନ ପରିଡାର ମୃତ୍ୟୁ ହୋଇଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking