27.8 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟରେ ଖୁସି ଖବର : ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ

ରାଜ୍ୟରେ ଖୁସି ଖବର : ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟ ପାଇଁ ଆସ୍ୱସ୍ଥି । ଆଉ ୧୦ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ । ଏହି ୧୦ଜଣଙ୍କ କରୋନା ଆକ୍ରାନ୍ତଙ୍କ ନମୂନା ନେଗେଟିଭ୍ । ଏହି ୧୦ଜଣ ଆରୋଗ୍ୟ ମଧ୍ୟରୁ ୫ଜଣ ଭୁବନେଶ୍ୱରରୁ, ଭଦ୍ରକରେ ୨ଜଣ,କଟକ, ପୁରୀ, ଓ ଯାଜପୁରରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି । ୧୦ଜଣ ଆରୋଗ୍ୟ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିକିତ୍ସା କରିଥିବା ଡାକ୍ତରଙ୍କୁ ବିଭାଗ ପକ୍ଷରୁ ଅଭିନନ୍ଦନ । ପୂର୍ବରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୩୫ ଜଣଙ୍କ ଚିକିତ୍ସା ଜାରି ରହିଛି ।
https://onakhabar.com/2020/04/10/two-child-affected-in-corona-positive/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking