27.1 C
Bhubaneswar
Thursday, April 25, 2024
Homeଓଡିଶାବୁଲା କୁକୁର ଓ ଷଣ୍ଢଙ୍କ ପାଇଁ ଅର୍ଥ ରାଶି ମଞ୍ଜୁର

ବୁଲା କୁକୁର ଓ ଷଣ୍ଢଙ୍କ ପାଇଁ ଅର୍ଥ ରାଶି ମଞ୍ଜୁର

ଭୁବନେଶ୍ୱର : ବୁଲା କୁକୁର ଓ ଷଣ୍ଢଙ୍କ ପାଇଁ ଅର୍ଥ ରାଶି ମଞ୍ଜୁର ହୋଇଛି । ୧୦.୬ଲକ୍ଷ ଟଙ୍କାର ଅର୍ଥ ରାଶିକୁ ମଞ୍ଜଚର କରାଯାଇଛି । ଗୃହ ଓ ଉନ୍ନୟନ ବିଭାଗରୁ ୭.୪ ଲକ୍ଷ ଟଙ୍କା ଆସିଛି । ଏଥିସହ ବିଏମସି ଫଣ୍ଡରୁ ୩.୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।
କରୋନା ମହାମାରୀ ପାଇଁ ଲକଡାଉନ ଓ ସଟଡାଉନ ପ୍ରଭାବରେ ସମସ୍ତ ଖାଦ୍ୟ ଦୋକାନ , ହୋଟେଲ , ରେଷ୍ଟୁରାଣ୍ଟ ବନ୍ଦ ରହୁଛି । ଫଳରେ ଏହି ବାହାରେ ବୁଲୁଥିବା କୁକୁର ଓ ଷଣ୍ଢ ଖାଇବା ପାଇଁ ହଇରାଣ ହେଉଥିଲେ । ଏଥିପାଇଁ ଭୁବନେଶ୍ୱରରେ ବିଏମସି ତରଫରୁ ଗି ୫୨ ଦିନ ହେବ ବାହାରେ ବୁଲା ଜନ୍ତୁଙ୍କ ପାଇଁ ଖାଦ୍ୟ ବଣ୍ଟାଯାଉଛି । ଜଣେ ଆରଟିଆଇ କର୍ମୀ ବିଏମସିକୁ ତଥ୍ୟ ମାଗିବାରୁ ବିଏମସି ତରଫରୁ ଏହି ତଥ୍ୟ ଦିଆଯାଇଛି ।
ତେବେ କେବେ ଏହି ପରିସ୍ଥିତିରେ ନିୟନ୍ତ୍ରଣ ଆସିବ ସେ ବିଷୟରେ କିଛି ଜଣାପଡ଼ିନାହିଁ । ରାଜ୍ୟରେ କରୋନା ସଂକ୍ରମଶ ବଢିଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଏଥିରୁ ବାଦ ପଡ଼ିନାହିଁ । ହୁହୁ ହୋଇ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଏଯାବତ ରାଜଧାନୀରୁ ମୋଟ ୧୧୮୨ଟି ମୋଟ କରୋନା କେସ୍ ଚିହ୍ନଟ ହୋଇଥିବା ବେଳେ ୫୨୩ଜଣ ସୁସ୍ଥ ହୋଇଛନ୍ତି । ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୪୬ ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking