26.1 C
Bhubaneswar
Friday, March 29, 2024
Homeଓଡିଶାପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଆସନ୍ତା ମାର୍ଚ୍ଚ ୧୭ରୁ ପରୀକ୍ଷା ଆରମ୍ଭ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଆସନ୍ତା ମାର୍ଚ୍ଚ ୧୭ରୁ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଆସନ୍ତା ମାର୍ଚ୍ଚ ୧୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ସମିଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସ୍କୁଲ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବା ସହ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନେ ପ୍ରସ୍ତୁତ ରହିବାକୁ ଆଜି ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଚିଠି ଲେଖିଛନ୍ତି ।
ଏଥର ଯେପରି ପ୍ରଶ୍ନପତ୍ର ଲିକ୍ ନହେବ ଏବଂ ସବୁ ସ୍କୁଲରେ ଆବଶ୍ୟକୀୟ ପ୍ରଶ୍ନପତ୍ର ପହଞ୍ଚିବ ସେଥିପାଇଁ ଡିପିଓମାନେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ରିଣ୍ଟ୍ କରିବେ । ପରୀକ୍ଷା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କ’ଣ କରିବାକୁ ହେବ ସେନେଇ ଗାଇଡଲାଇନ୍ ଜାରି କରାଯାଇଛି । ମାର୍ଚ୍ଚ ୨୩ରୁ ୨୭ପର୍ଯ୍ୟନ୍ତ ଖାତା ମୂଲ୍ୟାୟନ ହୋଇ ମାର୍ଚ୍ଚ ୩୦ରେ ଫଳ ପ୍ରକାଶ ପାଇବ । ଅଭିଭାବକମାନଙ୍କୁ ମଧ୍ୟ ଏହି ଦିନ ରିପୋର୍ଟ କାର୍ଡ ଦିଆଯିବ ।
https://onakhabar.com/2020/02/16/coronavairus-15/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking