34.1 C
Bhubaneswar
Wednesday, May 25, 2022
Homeଦେଶ ବିଦେଶପୁଲ୍‌ୱାମା ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ସଫା

ପୁଲ୍‌ୱାମା ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ସଫା

ଶ୍ରୀନଗର: ବୁଧବାର ବଡ଼ି ସକାଳେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା‌ରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ନିହତ ଆତଙ୍କବାଦୀଜଣକର ପରିଚୟ ମିଳିନାହିଁ। ଗତ ରାତି ଅଧ ପରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଏବେ ଶେଷ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ, ମଧ୍ୟରାତ୍ର ପରେ ପରେ ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଥିଲା, ପୁଲିସ ଓ ନିରାପତ୍ତା ବଳ ଅଭିଯାନ ଚଳାଇଛନ୍ତି। ସଦ୍ୟତମ ରିପୋର୍ଟ ଆସିବାକୁ ସମୟ ଲାଗିବ।

ପ୍ରାପ୍ତ ସୂଚନା ଅନୁସାରେ, ଗତରାତିରେ ପୁଲ୍‌ୱାମାର ରାଜପୁର ଅନ୍ତର୍ଗତ ଉସ୍‌ଗାମ୍‌ରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର  ପୁଞ୍ଚ୍‌ ଜିଲ୍ଲାରେ ‌ହୋଇଥିବା ଏନ୍‌କାଉଣ୍ଟର୍‌ରେ ଜଣେ ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଥିଲା। ଏହା ପୂର୍ବରୁ ସୋମବାର ଦିନ ଶ୍ରୀନଗର ଅନ୍ତର୍ଗତ ରଙ୍ଗରେଥ ଅଞ୍ଚଳରେ ଗୁଳି ବିନିମୟ ସମୟରେ ଜଣେ ବିଦେଶୀ ଉଗ୍ରବାଦୀଙ୍କ ସମେତ ଦୁଇଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ପୁଲିସ ସୂଚନା ଦେଇଥିଲା। ସୋମବାର ଦିନ ଶ୍ରୀନଗର ଉପକଣ୍ଠସ୍ଥିତ ଜେୱାନ୍‌ରେ ଗୋଟାଏ ପୁଲିସ ବସ୍‌କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୩ଜଣ ପୁଲିସ ସହିଦ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking