ଏଣିକି ୬ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ

ଭୁବନେଶ୍ୱର: ସରକାରଙ୍କ ଅନୁମୋଦନ ପରେ ଲାଗୁ ହେଲା ଜେଲ୍ ମାନୁଆଲ । ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହୋଇଛି ମାନୁଆଲ । ନୂଆ ମାନୁଆଲରେ କଏଦୀଙ୍କ ସୁରକ୍ଷା, ମାନବାଧିକାର ଉପରେ ଗୁରୁତ୍ୱ ଦିଆଯିବ । ଦେଲରେ କଏଦୀଙ୍କ ଚିକିତ୍ସା ସୁବିଧା, ଜେଲ ପରିଚାଳନାକୁ ବି ଗୁରୁତ୍ୱ ଦିଆଯିବ । ସର୍କଲ ଜେଲରେ ହଜାରେ, ଜିଲ୍ଲା ଜେଲରେ ୫୦୦ କଏଦୀ ରହିପାରିବେ । ସବ ଜେଲରେ ୩୦୦ କଏଦୀଙ୍କ ରହିବା ନେଇ ମାନୁଆଲରେ ବ୍ୟବସ୍ଥା କରାଯିବ । ପ୍ରତି ୬ କଏଦୀଙ୍କ ପାଇଁ ମୁତୟନ ହେବେ ଜଣେ ସୁରକ୍ଷାକର୍ମୀ । ଦୋଷୀ କଏଦୀଙ୍କୁ ମାସରେ ୨ ଥର ସାକ୍ଷାତକାର ଦେବାକୁ ଅନୁମତି ମିଳିବ । ପୂର୍ବରୁ ୧୯୪୨ରେ ଜେଲ ମାନୁଆଲକୁ ଅନୁସରଣ କରାଯାଉଥିଲା । ସର୍କଲ ଜେଲ୍‌ରେ ହଜାରେ, ଜିଲ୍ଲା ଜେଲ୍‌ରେ ୫୦୦ କଏଦୀ ରହିପାରିବେ। ସବ୍ ଜେଲ୍‌ରେ ୩୦୦ କଏଦୀଙ୍କ ରହିବା ନେଇ ମାନୁଆଲ୍‌ରେ ବ୍ୟବସ୍ଥା ହୋଇଛି। ଦୋଷୀ କଏଦୀଙ୍କୁ ମାସରେ ୨ ଥର ସାକ୍ଷାତକାର ଦେବାକୁ ଅନୁମତି ମିଳିଛି।

LEAVE A REPLY

Please enter your comment!
Please enter your name here