31.1 C
Bhubaneswar
Friday, March 29, 2024
Homeଅପରାଧବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ

ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ

ବୌଦ୍ଧ: ରାଜ୍ୟ ସରକାର ସଡକ ସୁରକ୍ଷା ନିମନ୍ତେ ନିୟମ ଯେତେ କଡାକଡି କଲେ ସୁଦ୍ଧା ସଡକ ଦୁର୍ଘଟଣାର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି | ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଉଁଶୁଣି କଲେଜ ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ଜଣକ ବାଦିକଟା ଗାଁର ଲଳିତ ଵାଦି, ସେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ସକାଳସମୟରେ ନିଜ ଗାଁରୁ ଲଳିତ ବାଉଁଶୁଣି ଯାଉଥିବା ସମୟରେ ବୌଦ୍ଧରୁ ବାଉଁଶୁଣି ପଟକୁ ଯାଉଥିବା ଏକ କାର ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଲଳିତଙ୍କ ମୃତ୍ୟ ହୋଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲଳିତଙ୍କ ଶବ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଛି । ପୋଲିସ କାରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking