39.1 C
Bhubaneswar
Wednesday, April 24, 2024
Homeଓଡିଶାଆମ୍ବଗଛରେ ବାଇକ୍‌ ପିଟି ହୋଇ ଯୁବକଙ୍କ ମୃତ୍ୟୁ

ଆମ୍ବଗଛରେ ବାଇକ୍‌ ପିଟି ହୋଇ ଯୁବକଙ୍କ ମୃତ୍ୟୁ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତର ହାତୀମୁଣ୍ଡା ବୁଲାଣିରେ ଗୋଟିଏ ଆମ୍ବଗଛରେ ବାଇକ୍‌ ପିଟି ହୋଇଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସିଙ୍ଗାରି ପଞ୍ଚାୟତ କାଙ୍ଗସିରି ଗାଁର କୁନାକା ସିତା, ଚଞ୍ଚଳା କରକରିଆ(୧୮), ପଦ୍ମାବତୀ ମାଝୀ(୧୫) ଏକ ବାଇକରେ କମ୍ପ୍ୟୁଟର କ୍ଲାସ କରିବା ପାଇଁ କଲ୍ୟାଣସିଂହପୁର ଯାଉଥିଲେ। ହାତୀମୁଣ୍ଡା ନିକଟ ବୁଲାଣିରେ ବାଇକ୍‌ ଏକ ଆମ୍ବ ଗଛକୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ଯାକ ଛିକିଟି ପଡ଼ିଥିଲେ। ନିକଟସ୍ଥ ଗାଁ ଲୋକେ ଦେଖି ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking