37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଫଳ ମଧ୍ୟରେ ଭାରତରୁ ଅଧିକ ବିଦେଶକୁ ରପ୍ତାନୀ ହୋଇଛି କଦଳୀ

ଫଳ ମଧ୍ୟରେ ଭାରତରୁ ଅଧିକ ବିଦେଶକୁ ରପ୍ତାନୀ ହୋଇଛି କଦଳୀ

ନୂଆଦିଲ୍ଲୀ: ଗତ ତିନି ବର୍ଷରେ କଦଳୀ ରପ୍ତାନୀରେ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି । ଏହା ସହିତ ଏହି ସଂଖ୍ୟାରେ ପରିବର୍ତ୍ତନ ବି ଦେଖିବାକୁ ମିଳିଛି । ତଥ୍ୟ ଅନୁଯାୟୀ, ଫଳ ଆମଦାନୀ କରୁଥିବା ଦେଶ ଫଳ ସୂଚୀରେ କଦଳୀକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଫଳ ଡାଲାରେ ସେମାନେ ଅଙ୍ଗୁର, ଆମ୍ବ ଠାରୁ ଅଧିକ କଦଳୀ ନେବାକୁ ପସନ୍ଦ କରୁଛନ୍ତି । ଏକ୍ସପୋର୍ଟ ହୋଇଥିବା ତାଜା କଦଳୀର ମାତ୍ରା ଓ ଦ୍ରବ୍ୟର ମୂଲ୍ୟରେ ଗତ ତିନି ବର୍ଷରେ ବୃଦ୍ଧି ଘଟିଛି ।
ସୂଚନା ମୁତାବକ, ଆର୍ଥିକ ବର୍ଷ ୨୦୧୭-୧୮ ଓ ୨୦୧୯-୨୦ ମଧ୍ୟରେ ତାଜା କଦଳୀ ରପ୍ତାନୀରେ ପରିମାଣ ଦୃଷ୍ଟିରୁ ୯୩.୯୪ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ମୂଲ୍ୟ ଦୃଷ୍ଟିରୁ ୭୨.୨୨ ପ୍ରତିଶତ ବୃଦ୍ଧି ହୋଇଛି । ୨୦୧୯-୨୦ରେ ୧.୯୫ ଲକ୍ଷ ଫ୍ରେଶ କଦଳୀ ଏକ୍ସପୋର୍ଟ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୯୩ ମିଲିୟନ ଡଲାର । ୨୦୧୭-୧୮ରେ ୧.୦୨ ଲକ୍ଷ ଟନ କଦଳୀ ଏକ୍ସପୋର୍ଟ ହୋଇଥିବା ବେଳେ ତାହାର ମୂଲ୍ୟ ୫୪ ମିଲିୟନ ଡଲାର ଥିଲା । ସେହିଭଳି ୨୦୨୦ରେ କରୋନା ଭାଇରସ ସମଗ୍ର ଦୁନିଆକୁ ପ୍ରଭାବିତ କରିଥିଲା । ତା ପରେ ବି ଦେଶରେ ଗତ ୯ ମାସରେ ୧.୪୩ ଲକ୍ଷ ଟନ କଦଳୀ ରପ୍ତାନୀ ହୋଇଛି । ଯାହାର ମୂଲ୍ୟ ୬୩ ମିଲିୟନ ଡଲାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking