34.1 C
Bhubaneswar
Friday, March 29, 2024
HomeUncategorized୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା, ରାଜଧାନୀର ବିଭିନ୍ନ ଛକରେ ବିକ୍ଷୋଭ

୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା, ରାଜଧାନୀର ବିଭିନ୍ନ ଛକରେ ବିକ୍ଷୋଭ

ଭୁବନେଶ୍ବର : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା । ସକାଳ ୭ରୁ ଅପରାହ୍ନ ଗୋଟାଏ ଯାଏ ବନ୍ଦ ପାଳନ କରୁଛି କଂଗ୍ରେସ । ତେବେ ରାଜଧାନୀର ବିଭିନ୍ନ ଛକରେ ବିକ୍ଷୋଭ କରୁଛି କଂଗ୍ରେସ। ଫଳରେ ରାଜଧାନୀରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି ଓ ଅଟକି ରହିଛି ଶହ ଶହ ଗାଡ଼ି। ସେହିପରି ଭୁବନେଶ୍ୱର ଷ୍ଟେସନରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ରେଳରୋକ କରାଯାଇଛି। ବନ୍ଦ ପାଳନରୁ ଜରୁରୀ ସେବାକୁ ବାଦ ଦିଆଯାଇଛି ।

ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଦର ହ୍ରାସ କରିବାକୁ ଦାବି କରିଛି କଂଗ୍ରେସ । ଏଥିସହ ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପ୍ରତିବାଦରେ ବନ୍ଦ ପାଳନ କରୁଛି କଂଗ୍ରେସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking