37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗ୨ ଭଉଣୀଙ୍କ ସଲିଳ ସମାଧି

୨ ଭଉଣୀଙ୍କ ସଲିଳ ସମାଧି

ମାଲକାନାଗିରି : ଏହି ଅଭାବନୀୟ ଘଟଣା ଘଟିଛି ମାଲକାନାଗିରିର ମୋଟୁ ଥାନା ଅନ୍ତର୍ଗତ ମୁକାନପାଲି ଗ୍ରାମରେ । ଦୁଇ ଭଉଣୀଙ୍କୁ ନେଇ ମା’ ବିଲକୁ ଧାନ କାଟିବାକୁ ଯାଇଥିଲା । ମା’ ର କାମ କରିବା ସମୟରେ ଖେଳିବା ପାଇଁ ଦୁଇ ଝିଅ ବିଲ ପାଖ ପୋଖରୀକୁ ଯାଇଥିଲେ । ପୋଖରୀରେ ଖେଳିବା ବେଳେ ସାନ ଭଉଣୀ ବୁଡ଼ି ଯାଇଥିଲା । ସାନ ଭଉଣୀର ଚିତ୍କାର ଶୁଣି ଉଦ୍ଧାର କରିବା ପାଇଁ ବଡ଼ ଭଉଣୀ ମଧ୍ୟ ଡ଼େଇଁ ପଡ଼ିଥିଲା ପାଣିକୁ । ତେବେ ଦୁଇ ଜଣ ଏକା ସହ ବୁଡ଼ି ଯାଇଥିଲେ । ଆଖ ପାଖରେ କେହି ନଥିବାରୁ ବଞ୍ଚେଇବାକୁ ଆସିପାରିନଥିଲେ । ଦୁଇ ଭଉଣୀଙ୍କ ମଧ୍ୟରୁ ବଡ଼ ଝିଅକୁ ୬ ବର୍ଷ ହୋଇଥିବା ବେଳେ ସାନ ଭଉଣୀକୁ ୩ ବର୍ଷ ହୋଇଥିଲା । ଏତେ ଛୋଟ ବୟସ ଦୁଇ ଝିଅଙ୍କୁ ହରାଇ ମା’ର ଦୁଃଖ ଏବେ କହିଲେ ନସରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking