33.1 C
Bhubaneswar
Wednesday, April 24, 2024
Homeଓଡିଶା୨୦/୨୧ରୁ ମାଟ୍ରିକ୍ ଖାତାଦେଖା!

୨୦/୨୧ରୁ ମାଟ୍ରିକ୍ ଖାତାଦେଖା!

କଟକ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଆଜି ଶେଷ ହୋଇଥିବା ବେଳେ ଖାତା ଦେଖା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି ରମାଶିଷ ହାଜରା । ସମ୍ଭବତଃ ଆସନ୍ତା ୨୦ କିମ୍ବା ୨୧ରୁ ଖାତା ଦେଖା ଆରମ୍ଭ ହୋଇପାରେ ବୋଲି ଶ୍ରୀ ହାଜରା ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି । ନୋଡାଲ୍ ସେଣ୍ଟରରୁ ଉତ୍ତର ଖାତା ଆଣିବା ପରେ ଖାତା ଦେଖା ଆରମ୍ଭ ହେବ ।
ଅପରପକ୍ଷେ କିଛି ମାଟ୍ରିକ୍ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଡ୍‌ମିଡ୍ ସେମାନଙ୍କୁ ମିଳିନଥିବାରୁ ଏଭଳି ସମସ୍ୟା ଉପୁଜିଥିବା କହିଥିଲେ । ଶ୍ରୀ ହାଜରାଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି ଯେ ଏଥିରେ ଆମର କିଛି ଦୋଷ ନାହିଁ, ସେକଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱ । କେବଳ ପରୀକ୍ଷା ପରିଚାଳନା କରିବା ଫର୍ମ ଫିଲ୍‌ଅପ୍ କଲେ ଆମେ ପରୀକ୍ଷା କରାଇବାର ବ୍ୟବସ୍ଥା କରିବା ହେଉଛି ଆମର କାମ । ଭେରିଫିକେସନ୍ କରିବା ପାଇଁ ଆମ ପାଖରେ କୌଣସି ବ୍ୟବସ୍ଥା ନାହିଁ । ଯେଉଁମାନେ ଫର୍ମ ଫିଲ୍‌ଅପ୍ କରିଛନ୍ତି ଆମେ ଆଡ୍‌ମିଟ୍ କାର୍ଡ ଇସ୍ୟୁ କରିଛୁ । ଏହାସହ ପରୀକ୍ଷା ପାଇଁ ବନ୍ଦୋବସ୍ତ କରିଛୁ । କିଛି ପରୀକ୍ଷାର୍ଥୀ ପରୀକ୍ଷା ନଦେବା ନେଇ ବିଭାଗ ସହ ଆଲୋଚନା ହୋଇଛି । କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାନ୍ତି ଦିନେ ଦୁଇଦିନ ମଧ୍ୟରେ ଜଣାପଡ଼ିବ ।
ତେବେ ସବୁ ବ୍ୟବସ୍ଥା ସତ୍ତ୍ୱେ ପିଲାମାନେ ପରୀକ୍ଷାରୁ କିପରି ବଞ୍ôଚତ ରହିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରୀକ୍ଷାକୁ ବାଦ୍ ପଡ଼ିଥିବା ଛାତ୍ରାଭିଭାବକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ୁଥିବା ବେଳେ ବିଭାଗୀୟ ସମନ୍ୱୟ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରୁଛନ୍ତି । ଏହାର ସଠିକ୍ ତଦନ୍ତ ହେବା ନିହାତି ଜରୁରୀ । ତେବେ ଚଳିତ ବର୍ଷ ଯେଉଁ ପିଲାମାନେ ପରୀକ୍ଷା ଦେଇପାରିନାହାନ୍ତି ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking