30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସୁକିନ୍ଦାରେ ଭୂମିହୀନ ଲୋକଙ୍କୁ ଘରବାରି ପଟା ପ୍ରଦାନ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ ସହ...

ସୁକିନ୍ଦାରେ ଭୂମିହୀନ ଲୋକଙ୍କୁ ଘରବାରି ପଟା ପ୍ରଦାନ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ ସହ ସୁକିନ୍ଦା ତହସିଲଦାରଙ୍କୁ ଦାବିପତ୍ର ପତ୍ର

ଯାଜପୁର : ସୁକିନ୍ଦା ତହସିଲରେ ଗରିବ ଆଦିବାସୀ ହରିଜନ ଭୂମିହୀନ ଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ସୁକିନ୍ଦା ବିଜେପି ପକ୍ଷରୁ ସୁକିନ୍ଦା ବ୍ଲକ ପାଖରୁ ଏକ ପଦଯାତ୍ରା ବାହାରି ବିଭିନ୍ନ ଧ୍ୱନି ଦେଇ ତହସିଲ ଅଫିସ କୁ ଆସି ବିକ୍ଷୋଭ ପଦର୍ଶନ କରା ଥିଲା l ଓ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରାଯଇଥିଲା l ଯାଜପୁର ଜିଲ୍ଲା ରେ ସହ ସହ ଭୂମିହୀନ ରହିଛନ୍ତି l ସେମାନ ଙ୍କ ନାମ ରେ ଜମି ବାଡ଼ି ର ପଟା ନ ଥିବାରୁ ସରକାର ଙ୍କ ଯୋଜନା ରୁ ବଂଚିତ ହେଉ ଛନ୍ତି l ପୁରୁଷାନୁକ୍ରମେ ଜଙ୍ଗଲ କିସମ, ଗୋଚର ଏବଂ ଅନାବାଦୀ ଜମି ରେ ବସ ଵାସ କରି ରହି ଆସୁଛନ୍ତି l ଵାସ ସ୍ଥଳୀ କୁ ରେକର୍ଡ ଭୁକ୍ତ କରିବା ପାଇଁ ତହସିଲଦାର ଙ୍କ ନିକଟରେ ଦରଖାସ୍ତ କଲେ ମଧ୍ୟ ସୁଫଳ ମିଳୁନି l ପ୍ରଭାବ ଶାଳୀ ଓରାଜନେତା ଙ୍କ ପାଇଁ ସବୁ ମାପ ଆଇନ କୁ ଉଲଂଘନ କରି ଧଳା କୁ କଳା କରି ଦିଆ ଯାଉଛି l ଭୂମି ହୀନ ମାନଙ୍କ ପାଇଁ ଅଇନି ଦ୍ୱାହି ଦିଆ ଯାଇ ପଟା ଦେବା ର ପ୍ରତିବନ୍ଧକ ସୃଷ୍ଟି କରା ଯାଉଛି ଜିଲ୍ଲା ରେ ବସୁନ୍ଧରା ଯୋଜନା ଫଳ ବତୀ ହେଉନାହିଁ l ରାଜ ନେତା ଙ୍କ ଚାପ ରେ କାଁ ଭ୍ୟା ପଟା ପଧାନ କରା ଯାଇବାଃ ବାଃ ନିଆଯାଉ ଛି ଏହାର ଦୃଷ୍ଟାନ୍ତ ଦେଖିବା ବାକୁ ମିଳିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ସୁକିନ୍ଦା ତହସିଲ ଅଞ୍ଚଳରେ l ମୁଖ୍ୟତଃ ଦରିଦ୍ର ସୀମାରେଖା ତଳେ ଥିବା ଅଧିବାସୀ ହରିଜନ ଲୋକ ମାନେ ବସବାସ କରନ୍ତି । ଯେହେତୁ ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ତେଣୁ ସେମାନଙ୍କ ର କୌଣସି ନିଜସ୍ୱ ଘରଡିହ ବା ଜମିବାଡ଼ି ନାହିଁ . ସେଥିପାଇଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହିସବୁ ସମସ୍ୟା ର ସମାଧାନ ନିମନ୍ତେ କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଗରିବ ଭୂମିହୀନ ଅଧିବାସୀ ହରିଜନ ଙ୍କ ହିତ ସାଧନ ପାଇଁ ଯିଏ ଯେଉଁ ଜାଗାରେ ବାସ କରୁଛନ୍ତି ସେମାନଙ୍କୁ ସେହି ଜାଗା ର ପଟ୍ଟା ପ୍ରଦାନ କରାଯିବା ର ଯୋଜନା ରହିଛି । ଯାହା ଅନେକ ଅଞ୍ଚଳରେ କାର୍ଯ୍ୟକାରୀ ମଧ୍ୟ ହେଉଛି। . ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ ପାଇଁ ସୁକିନ୍ଦା ବଜେପି ତରଫରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ଦିଆଯାଇଛି l ସୁକିନ୍ଦା ବିଜେପି କ୍ରମୀ ଓ ଭୂମିହୀନ ମାନେ କହିଛନ୍ତି ସୁକିନ୍ଦା ତହସିଲଦାର ଦଳିୟଭିତି କରି ପଟା ପ୍ରଦାନ କରୁ ଥିବାରୁ ତାହାର ପ୍ରତିବାଦ କରି ସୁକିନ୍ଦା ବିଜେପି ପକ୍ଷରୁ ରଣହୁଙ୍କାର ଦିଆ ଯାଇଛି l ଯଦି ଯଥାଶୀଘ୍ର ଭୂମିହୀନ ହୀନଙ୍କୁ ପଟା ନମିଲେ ବିଜେପି ପକ୍ଷରୁ ଦୁର୍ବାର ଅନ୍ଧୋଲ ନ କରା ଯିବ ସୁକିନ୍ଦା ତହସିଲ ଅଫିସ କୁ ଅଚଳ କରି ଦିଆଯିବ l ଏଥି ପାଇଁ ସୁକିନ୍ଦା ତହସିଲଦାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାହି ରହିବେ ବୋଲି ବିଜେପି ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ଆଗ ରେ ପ୍ରକାଶ କରା ଯାଇଛି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେପି ର ଅନ୍ଧୋଲନ ବିଜେଡି ବିରୁଦ୍ଧରେ ଆରମ୍ଭ ହେଲା ଗାଁଗାଁ ରେ ଲଢେଇ ହେବ ରାସ୍ତା ଘାଟରେ ଲଢେଇ ହେବ ରାଜପଥ ଅବରୋଧ ହେବ ସୁକିନ୍ଦା ତହସିଲି ଅଫିସର ତାଲା ପଡ଼ିବ ।ଏହି ଅନ୍ଧୋଲ ଭାରତୀୟ ଜନତା ପାର୍ଟିର ଡାକାରା ସୁକିନ୍ଦା ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତ ଙ୍କ ନେତୃତ୍ୱ ଅନ୍ଧୋଲ ର ଏଲଢେଇ ଆଜିଠାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଗରିବି ଖଟିଖିଆ ଭିମିହିନ ପାଇଁ ଲଢେଇ ଜାରି ରହିବ ବୋଲି ଭାରତୀୟ ଜନତା ପାର୍ଟି ର ଉପସଭାପତି ପୁଷ୍ପକ ମହାପାତ୍ର ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଯୁବକ ନେତା ବିଶ୍ଵଜିତ ରାଜ କହିଥିଲେ। ଅପରପକ୍ଷେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା କହିଛନ୍ତି କି ନିଶ୍ଚିତ ଏ ଦିଗରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking