31.1 C
Bhubaneswar
Friday, March 29, 2024
HomeUncategorizedସବୁ ଅଧିକାରର ଅଧିକାରିଣୀ ହେଉଛି ମହିଳା

ସବୁ ଅଧିକାରର ଅଧିକାରିଣୀ ହେଉଛି ମହିଳା

ଭୁବନେଶ୍ୱର : ୧୯୦୯ ମସିହାରୁ ଆରମ୍ଭ ହୋଇଛି ମହିଳା ଦିବସ । ସେହି ବର୍ଷ ଠାରୁ ଆରମ୍ଭ ହୋଇଥିବା ଦିନଟି ହେଉଛି ସମସ୍ତଙ୍କ ପାଇଁ, ବିଶେଷ କରି ମହିଳାଙ୍କ ପାଇଁ ହୋଇଥାଏ ସବୁଠୁ ଖାସ୍ । କାରଣ ସେହି ଦିନଟିକୁ କେବଳ ମହିଳାଙ୍କ ଉଦ୍ଦେଶ୍ୟରେ ହିଁ ପାଳନ କରାଯାଏ । ମହିଳାଙ୍କ ଅଧିକାର, ସେମାନଙ୍କ ପ୍ରଂଶସା ଓ ସେମାନଙ୍କୁ ସମ୍ମାନ ପ୍ରଭୃତି ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଏ । ବିଦେଶରେ ପ୍ରଥମେ ଏହି ଦିନ ପାଳିବା ଆରମ୍ଭ ହୋଇଥିଲେ ହେଁ, ଭାରତରେ ଏହି ଦିନକୁ ବିଶେଷ ରୂପେ ପାଳନ କରାଯାଉଛି । ତେବେ ଆମେ ଯଦି ପ୍ରକୃତରେ ମହିଳାଙ୍କ ବିଷୟରେ କହିବା, ତେବେ ଆଜି ନାରୀଟିଏ ସେତିକି ମୁକ୍ତ ହୋଇପାରିନାହିଁ । ଆଜି ବି ତାକୁ ତାର ଅଧିକାରରୁ ବଂଚିତ କରାଯାଉଛି । କେବଳ ଗୋଟିଏ ଦିନ ନାରୀ ଉଦ୍ଦେଶ୍ୟରେ ପାଳନ କରିବାର କିଛି ବି ମୂଲ୍ୟ ନାହିଁ ବୋଲି ଆମେ କହିପାରିବା ।

ଏବେ ବି ଯଦି ଗୋଟିଏ ଝିଅ ପଢିବାକୁ ଚାହୁଁଛି କିମ୍ବା କିଛି କରିବାକୁ ଚାହୁଁଛି. ତାକୁ ସେଥିରୁ ବଂଚିତ କରାଯାଉଛି । ଝିଅଙ୍କୁ ନେଇ ଏବେ ବି କିଛି ଲୋକ ସଙ୍କୋଚବୋଧ କରୁଛନ୍ତି । ସମୟ ବଦଳିବା ସହ ଯୁଗ ପରିବର୍ତନ ହେଲାଣି । ହେଲେ ସ୍ଥିତି ଯାହାକୁ ସେୟା । ଝିଅଟିକୁ ନେଇ କାହା ମନରେ ପରିବର୍ତନ ଆସୁନାହିଁ । ଆଗରୁ ଭାବନା ଯାହା ଥିଲା ଆଜି ବି ସେୟା ରହିଛି । ନାରୀ ଜଣକ ଆଗକୁ ବଢିବାକୁ ଚାହୁଁଥିଲେ ସୁଦ୍ଧା ତାକୁ ସେହି ସୁଯୋଗ ଦିଆଯାଉନାହିଁ । ତାହେଲେ କଣ ପାଇଁ ଏହି ଲୋକଦେଖାଣିଆ ମହିଳା ଦିବସ ପାଳନ କରାଯାଉଛି । ଗୋଟିଏ ପୁଅ ଯାହା କରିପାରେନି, ଗୋଟିଏ ଝିଅ ଆଜି ତାହା କରି ଦେଖାଇଛି । କିଛି ଲୋକଙ୍କ ଭାବନା ପରିବର୍ତନ ହେଲେ ବି ଅଧିକାଂଶ ଲୋକେ ପରିବର୍ତନ ହୋଇନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking