43.9 C
Bhubaneswar
Friday, April 19, 2024
Homeଓଡିଶାଶିଶୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଶିଶୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଗଞ୍ଜାମ : ଏଡିଜେ ୧ ଡ଼. ପ୍ରସନ୍ନ କୁମାର ପଣ୍ଡା ଆଜି ଏକ ଶିଶୁ ଅପହରଣ ପରେ ହତ୍ୟା ମାମଲାର ଶୁଣାଣି କରିଥିଲେ । ଉପଯୁକ୍ତ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣିଆପଲ୍ଲୀର ଲିଙ୍ଗରାଜ ସେଠୀ(୨୭) । ଏହା ସହ ଅଭିଯୁକ୍ତଙ୍କୁ ୨୦ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ନଦେଲେ ଆସାମୀ ଆଉ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେବେ । ସୂଚନା ଅନୁଯାୟୀ, ଗତ ୨୦୧୮ ଡିସେମ୍ବର ୬ ତାରିଖରେ ସଦର ଥାନା ଗୁରୁଣ୍ଠି ଗ୍ରାମର ଜଣେ ୭ମ ଶ୍ରେଣୀ ଛାତ୍ରଙ୍କୁ ଲିଙ୍ଗରାଜ ସେଠୀ ଅପହରଣ କରିଥିଲେ । ଏ ନେଇ ମାଆ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୁଲିସ  ଏକ ମାମଲା ରୁଜୁ କରିଥିଲା । ଘଟଣାର ତଦନ୍ତ କରି ଗତ ୨୦୧୮ ଡିସେମ୍ବର ୧୦ ତାରିଖରେ ଛତ୍ରପୁର ଥାନା ବ୍ରାହ୍ମଣିଆପଲ୍ଲିର ଗ୍ରାମ ନିକଟ ଏକ ଆମ୍ବ ତୋଟାରୁ ଛାତ୍ରଙ୍କୁ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ପରେ ପୂର୍ବରୁ ରୁଜୁ ହୋଇଥିବା ଅପହରଣ ମାମଲାକୁ ହତ୍ୟା ମାମଲାରେ ରୂପାନ୍ତରିତ କରିଥିଲା । ଏହାର ତଦନ୍ତ କରି ପୁଲିସ ଅଭିଯୁକ୍ତ ଲିଙ୍ଗରାଜ ସେଠୀଙ୍କୁ ୨୦୧୮ ଡିସେମ୍ବର ୨୭ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking