ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଚାଲିଛି । ଆଜି ବି ପ୍ରବଳ ବର୍ଷିବ । ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲା ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହିପରି ୯ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ସତର୍କତା ଦିଆଯାଇଛି । କାଲିଠୁ କମିବ ବର୍ଷା ପରିମାଣ । ଜୁନ ୧ରୁ ୧୭ ଜୁଲାଇ ମଧ୍ୟରେ ରାଜ୍ୟରେ ୪୧୨ମିମି ବର୍ଷା ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷା ପରିମାଣ ୩୮୨. ୮ମିମି। ସ୍ୱାଭାବିକ ଠାରୁ ଏହା ୮ପ୍ରତିଶତ ଅଧିକ। ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବୃଷ୍ଟିପାତ ହୋଇଥିବା ବେଳେ ୮ଟି ଜିଲ୍ଲାରେ ଅଧିକ, ୧୯ଟି ଜିଲ୍ଲାରେ ସ୍ୱାଭାବିକ ଓ ୨ଟି ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି