32.1 C
Bhubaneswar
Thursday, March 28, 2024
Homeଓଡିଶାଲଗାଣ ବର୍ଷାରେ ଉବୁଟୁବୁ ପୁରୀ: ବଡ ଡାକ୍ତରଖାନା ଛକ, ବଡଦାଣ୍ଡ ଓ ସହର ତଳି ଅଞ୍ଚଳ...

ଲଗାଣ ବର୍ଷାରେ ଉବୁଟୁବୁ ପୁରୀ: ବଡ ଡାକ୍ତରଖାନା ଛକ, ବଡଦାଣ୍ଡ ଓ ସହର ତଳି ଅଞ୍ଚଳ ଜଳାର୍ଣ୍ଣବ

ପୁରୀ: ଲଗାଣ ବର୍ଷାରେ ଉବୁଟୁବୁ ପୁରୀ। ପ୍ରବଳ ବର୍ଷା ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ସହରର ବଡ ଡାକ୍ତରଖାନା ଛକ, ବଡଦାଣ୍ଡ ଓ ସହର ତଳି ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି। ବଡ଼ ଦାଣ୍ଡରେ ଲହଡ଼ି ମାରୁଛି ପାଣି।

ଜମି ରହିଛି ଆଣ୍ଠୁଏ ଲେଖାଏଁ ପାଣି। ଆଜି ପୂର୍ବାହ୍ନ ୧୧ଟା ପରେ ପୁରୀ ସହରରେ ବର୍ଷା ଜାରି ରହିଛି। ବଡଦାଣ୍ଡର ହସ୍ପିଟାଲ ଛକରୁ ମାର୍କେଟ ଛକ, ଭିଆଇପି ରୋଡ୍‌, ସୁଜାତା ନଗର , ମୁକୁନ୍ଦ ମିଶ୍ର ନଗର, ନୀଳଚକ୍ର ନଗର, ସିଦ୍ଧ ମହାବୀର ଅଞ୍ଚଳ ଓ ଦତ୍ତତୋଟାରେ ବର୍ଷା ପାଣି ଜମି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking