40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ନୂଆ କର୍ମକର୍ତ୍ତା ନିର୍ବାଚନ

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ନୂଆ କର୍ମକର୍ତ୍ତା ନିର୍ବାଚନ

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ନୂଆ କର୍ମକର୍ତ୍ତା ନିର୍ବାଚନ
ନୂଆ ଦିଲ୍ଲୀ ତା ୦୨.୧୨.: ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ର ନୂଆ କର୍ମକର୍ତ୍ତା ନିର୍ବାଚନ ନିକଟରେ ଏଠାରେ ଅନୁଷ୍ଠିତ ହୋଇଯାଇଛି | ୨୦୧୬ ମସିହାରେ ୫୦ ରୁ ଉର୍ଦ୍ଧ୍ବ ପଞ୍ଜିକୃତ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଓ ସାମାଜିକ ସଂଗଠନ ମାନଙ୍କର ସକ୍ରୀୟ ଯୋଗଦାନରେ ଗଠିତ ଏହି ବୃହତ ପରିବାର ପ୍ରବାସରେ ଓଡ଼ିଶାର କଳା, ସଂସ୍କୃତି, ଭାଷା,ସାହିତ୍ୟ, ଶିକ୍ଷା,ଐତିହ୍ୟ, ପରମ୍ପରା, ପରିପାଟ୍ଟୀ, ପର୍ଯ୍ୟଟନ ଓ ବ୍ୟଞ୍ଜନ କୁ ପ୍ରଚାର , ପ୍ରସାର ଏବଂ ଲୋକପ୍ରିୟ କରିବା ଦିଗରେ କାର୍ଯ୍ୟକରି ଆସୁଛି | ବିଶେଷକରି ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ଶାନ୍ତି , ମୈତ୍ରୀ, ସୌହାର୍ଦ୍ଦ୍ୟତା ଓ ସଙ୍ଘତି ସ୍ଥାପନ କରିବା, ମାତୃ ପ୍ରଦେଶ ଓଡିଶା ର ସର୍ବାଙ୍ଗୀନ ଉନ୍ନୟନ ନେଇ ପ୍ରତିବଦ୍ଧ ହେବାକୁ ସେମାନଙ୍କୁ ଅନୁପ୍ରାଣିତ କରିବା ଏବଂ ସଙ୍କଟରେ ଥିବା ଅସହାୟ ଓଡ଼ିଆ ମାନଙ୍କୁ ସହାୟତା ପ୍ରଦାନ କରିବା ଦିଗରେ ଦିଲ୍ଲୀ ଓ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ରେ ପରିବାର ବେଶ ଉଲ୍ଲେଖ ଯୋଗ୍ୟ ଭୂମିକା ଗ୍ରହଣ କରି ଆସୁଥିବା ଦେଖାଯାଉଛି | ସାମ୍ପ୍ରତିକ କରୋନା ମହାମାରୀ ଜାତୀୟ ରାଜଧାନୀ ରେ କରାଳ ରୂପ ଧାରଣ କରିଥିବା ସମୟରେ ଆର.ପି.ଓ.ପି. ର ସ୍ଵେଚ୍ଛାସେବୀ ମାନେ ଜୀବନକୁ ଭ୍ରୁକ୍ଷେପ ନକରି କୋଭିଡ ରୋଗୀ ମାନଙ୍କୁ ଡାକ୍ତରଖାନା କୁ ନେଇ ଭର୍ତ୍ତି କରାଇବା, ସେମାନଙ୍କର ସେବା ଶୁଶ୍ରୁଷା କରିବା , କରୋନା ଯୋଗୁଁ ମୃତ ପରିବାର କୁ ଆର୍ଥିକ ଏବଂ ମାନବିକ ସହାୟତା ସହିତ ଶାନ୍ତ୍ବନା ପ୍ରଦାନ କରିବା ତଥା ଗରିବ , ଗୁରୁବା ଓ କାମଦାମ ହରାଇଥିବା ଶ୍ରମିକ ମାନଙ୍କ ମଧ୍ୟରେ ରିଲିଫ ବାଣ୍ଟିବା ଆଦି ମହତ କାର୍ଯ୍ୟ ଚଳାଇଥିବା ଜଣାଯାଇଛି | ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରସ୍ଥିତ କଳାମଣ୍ଡପ ଠାରେ ଭୋଟବାକ୍ସ ଜରିଆରେ ଏବଂ ତତସହିତ ଭୋଟକେନ୍ଦ୍ର କୁ ଆସି ପାରୁନଥିବା ଭୋଟଦାତାଙ୍କ ପାଇଁ ସମକାଳୀନ ଅନଲାଇନ ଯୋଗେ ଏହି ନିର୍ବାଚନ କରାଯାଇଥିଲା | ସଂସ୍ଥାର ସମସ୍ତ ଭୋଟ ଅଧିକାର ପ୍ରାପ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ ଭାଗ ନେଇଥିବା ଏହି ମତଦାନ ଶତକଡା ଶହେ ଭାଗ ହାସଲକରି ରେକର୍ଡ ସୃଷ୍ଟି କରିଥିବାର ଖବର ମିଳିଛି | ପ୍ରତିଦ୍ବନ୍ଦିତା କରୁଥିବା ୧୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯ଜଣ ସେମାନଙ୍କର ନିକଟତମ ପ୍ରତିଦ୍ବନ୍ଦୀ ମାନଙ୍କୁ ପରାଜିତ କରି ବିଭିନ୍ନ ପଦ, ପଦବୀ ପାଇଁ ନିର୍ବାଚିତ ହୋଇଥିଲେ | ସଭାପତି ପଦବୀ ପାଇଁ ମୀନକେତନ ସାମଲ, ୨ଟି ଉପସଭାପତି ପଦ ପାଇଁ ପୁଷ୍ପାଞ୍ଜଳି ବାରିକ ଓ ରୀତା ପାତ୍ର, ସାଧାରଣ ସଂପାଦକ ଭାବରେ ମୀନକେତନ ମିଶ୍ର, ଆବାହକ ପଦବୀ ପାଇଁ ପ୍ରବୀର ମହାନ୍ତି ଏବଂ ସହକୋଷାଧ୍ୟକ୍ଷ ଭାବେ ଅସିତ ପରିଡା ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା | ପୂର୍ବରୁ ନୂଆ କୋଷାଧ୍ୟକ୍ଷ ଭାବେ ବସନ୍ତ ଜେନା ଏବଂ ଦୁଇ ଯୁଗ୍ମସଂପାଦକ ପଦବୀ ପାଇଁ ସରିତା ମହାପାତ୍ର ଓ ସନ୍ତୋଷ ରାଉତ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ଜଣାଯାଇଥିଲା |

ନିର୍ବାଚିତ ପ୍ରତିନିଧି ମାନେ ଆସନ୍ତା ଦୁଇ ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟ ତୁଲାଇବେ | ଫଳାଫଳ ପ୍ରକାଶ ପାଇବା ପରେ ନବ ନିର୍ବାଚିତ ସଭାପତି ମୀନକେତନ ସାମଲ, ସେ ଓ ତାଙ୍କର ସମ୍ପୂର୍ଣ ଟିମ ଆର. ପି.ଓ.ପି ର ମୂଳମନ୍ତ୍ର ” ଗୋଟିଏ ଓଡ଼ିଆ : ଶ୍ରେଷ୍ଠ ଓଡ଼ିଆ ” ଆଭିମୁଖ୍ୟ କୁ ସାକାର କରିବା ଏବଂ ପରିବାରର ପରିସର କୁ ବିଶ୍ୱସ୍ତରରେ ପହୁଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଅବ୍ୟାହତ ରଖିବ ବୋଲି ସୂଚନା ଦେଇଥିଲେ | ଆଇନଜୀବୀ କୃଷ୍ଣଚନ୍ଦ୍ର ନାୟକ ଓ ଅମୀୟ ନାୟକ, ସମାଜସେବୀ ଝୁମଝୁମ ପାଢ଼ୀ ଏବଂ ବିଶ୍ୱଜିତ ବାରିକ ପ୍ରମୁଖ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking