31.1 C
Bhubaneswar
Friday, March 29, 2024
Homeଓଡିଶାରାଷ୍ଟ୍ରପତିଙ୍କ ଗସ୍ତ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଆଜି ପୁରୀରେ ପୋଲିସ ପକ୍ଷରୁ  କାରକେଡର ମକ ଡ୍ରିଲ ହୋଇଛି । ତାଳ ବଣିଆ ହେଲି ପ୍ୟାଡ଼ରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଆଜି ଦ୍ବିତୀୟଥର କାରକେଡର ମକ ଡ୍ରିଲ ହୋଇଥିଲା ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ପ୍ରଥମେ ସକାଳ ୯ଟା ୫ରେ ଶ୍ରୀମନ୍ଦିରରେ ପହଁଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ମା ବିମଳା, ମହାଲକ୍ଷ୍ମୀଙ୍କୁ ଦର୍ଶନ କରି କୋଣାର୍କ ମନ୍ଦିର ପରିଦର୍ଶନ ପାଇଁ ଯିବେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଷ୍ଟ୍ରପତି ସହ ରହିବାକୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଆରଟିପିସିଆର କୋଭିଡ ଟେଷ୍ଟ ହୋଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ।  ଓଡିଶା ପୋଲିସ ୪୦ ପ୍ଲାଟୁନ ଫୋର୍ସ, ୨୫୦ ପୋଲିସ ଅଫିସର ଓ ୧୩ ଜଣ ଏସପି ଏହି ସୁରକ୍ଷା ଦାୟିତ୍ୱରେ ରହିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ଦେଖି ବଡ଼ ଦାଣ୍ଡର ମେଡ଼ିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଆଜି ସନ୍ଧ୍ୟାରୁ ସୋମବାର ଦିନ ୧୨ଟା ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking