34.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ଆଜିଠୁ ଆରମ୍ଭ କରୋନା ଟିକାକରଣ ‘ଡ୍ରାଏ ରନ୍‌’ ବ୍ୟବସ୍ଥା

ରାଜ୍ୟରେ ଆଜିଠୁ ଆରମ୍ଭ କରୋନା ଟିକାକରଣ ‘ଡ୍ରାଏ ରନ୍‌’ ବ୍ୟବସ୍ଥା

ଭୁବନେଶ୍ୱର : ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଛି କରୋନା ଟିକାକରଣ ‘ଡ୍ରାଏ ରନ୍‌’ ବ୍ୟବସ୍ଥା । ରାଜ୍ୟରେ କରୋନା ଟିକାକରଣ କାର୍ଯ୍ୟକ୍ରମକୁ କିଭଳି ଭାବେ ପରିଚାଳନା କରାଯିବ ଏହି ‘ଡ୍ରାଏ ରନ୍‌’ ବ୍ୟବସ୍ଥା ମାର୍ଗ ଦେଖାଇବ । ଏହା ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଖବର । ରାଜ୍ୟବାସୀ କରୋନା ଟିକା ନେବା ପାଇଁ ଚାତକ ଭଳି ଅନେଇ ରହିଛନ୍ତି । ଏହି ‘ଡ୍ରାଏ ରନ୍‌’ କାର୍ଯ୍ୟକ୍ରମ
ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶା ସଞ୍ଚାର କରିଛି । ଓଡ଼ିଶାରେ କ୍ୟାପିଟାଲ୍ ହସ୍ପିଟାଲ ଓ ୩୦ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ମିଶାଇ ମୋଟ୍ ୩୧ଟି ସ୍ଥାନରେ ‘ଡ୍ରାଏ ରନ୍‌’ ଟିକାକରଣ ପରିଚାଳନା ଉପରେ ଅଭ୍ୟାସ କରାଯିବ । ଏହି ୩୧ଟି ହସ୍ପିଟାଲରେ ପ୍ରତି କେନ୍ଦ୍ରରେ ୫ ଜଣିଆ ଟିକାକରଣ ସଦସ୍ୟ ରହିବେ । ସେମାନଙ୍କ ମଧ୍ୟରେ ରହିବେ ଜଣେ ଭ୍ୟାକ୍ସନେଟର୍ ବା ଟିକା ଦେବା ବ୍ୟକ୍ତି । ପ୍ରତି କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀ ତାଲିକାଭୁକ୍ତ ହୋଇଛନ୍ତି ।

ଆଜି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ‘ଡ୍ରାଏ ରନ୍‌’ କରାଯିବ । ଭାରତର ବିଶାଳ ଜନସଂଖ୍ୟାକୁ କିପରି ଟିକା ଦିଆଯିବ ସେଥିପାଇଁ ବଡ଼ ଧରଣର ଟିକାକରଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଓଡ଼ିଶାରେ ଏହି ପ୍ରକ୍ରିୟା କିପରି ହେବ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭାକ୍ସିନ୍ ଷ୍ଟୋର ଭୁବନେଶ୍ୱରରେ ରହିବ । ପରିବର୍ତ୍ତୀ ଅବସ୍ଥାରେ ଭୁବନେଶ୍ୱରରୁ ଆଞ୍ଚଳିକ ଟିକା କେନ୍ଦ୍ରକୁ ପଠାଯିବ । କଟକ, ଭୁବନେଶ୍ୱର, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ ଓ ବଲାଙ୍ଗିରରେ ୯ଟି ଆଞ୍ଚଳିକ କେନ୍ଦ୍ରରେ ଟିକା ରଖାଯିବ । ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳୟରେ ଡ୍ରାଏ ରନ୍ କରିବାକୁ ରାଜ୍ୟ ସରକାର କହିଥିଲେ । ସ୍ୱେଚ୍ଛାସେବୀଙ୍କ ଆଧାର ନମ୍ବର ଦେଖି ଡ୍ରାଏ ରନ କରାଯିବ । ଏନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଟିକାକରଣ ପାଇଁ ଏଯାଏଁ ୩ଲକ୍ଷ ୭୦ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking