31.1 C
Bhubaneswar
Friday, March 29, 2024
Homeଅପରାଧଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ବାଲେଶ୍ୱର: ଯୌତୁକ ଜୁଇରେ ବଳିପଡ଼ିଛି ଆଉଜଣେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ସିମୁଳିଆ ଥାନା ଅନ୍ତରା ପଞ୍ଚାୟତ ପାଟୁଳିପଦା ଗ୍ରାମରେ । ଏହି ଗ୍ରାମର ବସନ୍ତ ଲେଙ୍କା ୨୦୦୯ରେ ରାହାଞ୍ଜ ଗ୍ରାମର ରାମ ରାଉତଙ୍କ ଝିଅ ସୁଲୋଚନା ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ସୂଚନା ଅନୁଯାୟୀ ବସନ୍ତ ଯୌତୁକରେ ଏକ ବାଇକ୍ ଦାବି କରିଆସୁଥିଲେ । ବାଇକ୍ ଯୌତୁକ ଦାବିକରି ଅନେକ ସମୟରେ ସୁଲୋଚନା ଏବଂ ତାଙ୍କ ସ୍ୱାମୀ ବସନ୍ତ ଝଗଡ଼ା ଲାଗନ୍ତି । ହେଲେ ଜୁନ୍ ୩ତାରିଖ ଦିନ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା । ଏଥିରେ ବସନ୍ତ ରାଗିଯାଇ ଏକ ଲୁହାରଡ୍‌ରେ ପିଟି ପିଟି ଗୁରୁତର କରିଦେବା ପରେ ସୁଲୋଚନାର ପାଟିରେ ବିଷ ଢାଳି ଦେଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲକୁ ନେଇଯାଇଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ମୃତ ସୁଲୋଚନାର ସ୍ୱାମୀ ଏ ସମ୍ପର୍କରେ ସୁଲୋଚନାଙ୍କ ବାପଘରକୁ ନଜଣାଇ ମୃତଦେହକୁ ପୋଡି ଦେଇଥିଲେ । ଏ ସମ୍ପର୍କରେ ସୁଲୋଚନାଙ୍କ ବାପଘର ଲୋକେ ସିମୁଳିଆ ଥାନାରେ ତାଙ୍କ ଝିଅକୁ ଅଧିକ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ହେଲେ ପୁଲିସ ଏ ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ପ୍ରକୃତରେ ସୁଲୋଚନା କିଭଳି ମୃତ୍ୟୁ ହୋଇଛି ସଠିକ୍ ତଦନ୍ତ କଲେ ପ୍ରକୃତ ସତ୍ୟ ଘଟଣା ଜଣାପଡ଼ିବ । ଅନ୍ୟପଟେ ସିମୁଳିଆ ଆଇଆଇସି ମାମଲା ରୁଜ୍ଜୁକରି ତଦନ୍ତ ଜାରି ରଖିଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking