ବାରିପଦା : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଘୁଙ୍ଗୁପାହାଡି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁରେ ଥିବା ଗଛରେ ଯୁବକ ଜଣଙ୍କ ରଶି ଲଗାଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଛି ।
ମୃତ ଯୁବକ ଜଣକ ହେଲେ ଘୁଙ୍ଗୁପାହାଡି ଗ୍ରାମର ସୁମା ଗଡସୋରା(୩୮) । ସୁମାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ସମସ୍ତ ଦିଗରୁ ଘଟଣାର ଛାନଭିନ୍ ଜାରି ରଖିଛି । ମୃତକଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗତକାଲି ରାତିରେ ସୁମା ଗଡସୋରା ଓ ତାଙ୍କ ସ୍ତ୍ରୀ ସୋମବାରୀ ଗଡସୋରାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ପରେ ରାତିରେ ସମସ୍ତେ ଖାଇପିଇ ଶୋଇ ପଡ଼ିଥିଲେ । ହେଲେ ଆଜି ସକାଳୁ ଘର ନିକଟରେ ଥିବା ଏକ ଗଛରେ ରସି ସାହାଯ୍ୟରେ ସୁମା ଗଡସୋରା ଝୁଲୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ ।