ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ସୁଦୃଢ କରିବା ନେଇ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଲେ ତରୁଣ ଚୁଗ୍
ସାଧାରଣ ଜନତାଙ୍କ ସମସ୍ୟାରେ ରାଜ୍ୟ ସରକାରଙ୍କୁ ଜୋରଦାର ଘେରିବା ପାଇଁ ଆହ୍ୱାନ ଦେଇଥିଲେ
ପୃଥକ ପୃଥକ ସାଙ୍ଗଠନିକ ବୈଠକରେ ଆଗାମୀ ଋଣନୀତି ସଂପର୍କରେ ବିସ୍ତୁତ ଆଲୋଚନା
ଭୁବନେଶ୍ୱର : ତିନି ଦିନିଆ ଓଡିଶା ଗସ୍ତରେ ଆସି ି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ
ସାଧାରଣ ସଂପାଦକ ଶ୍ରୀ ତରୁଣ ଚୁଗ । ଶ୍ରୀ ଚୁଗ୍ ସାଙ୍ଗଠନିକ ସ୍ତରରେ ବିଭିନ୍ନ ବୈଠକରେ ଯୋଗ ଦେଇ ବିଜେପି ନେତୃବୃନ୍ଦଙ୍କ ସହ ଆଗାମୀ
ଋଣନୀତି ସଂପର୍କରେ ଆଲୋଚନା କରିଥିଲେ । ଏହା ସହ ଶ୍ରୀ ଚୁଗ୍ ସାମ୍ବାଦିକ ସମ୍ମିଳନୀରେ ଶାସକ ବିଜେଡି ବିରୁଦ୍ଧରେ ଅନେକ ଅଭିଯୋଗ
ଆଣିଥିଲେ । କେନ୍ଦ୍ରୀୟ ଯୋଜନାକୁ କପି ପେଷ୍ଟ କରି ନିଜର ଆତ୍ମ ପ୍ରଚାର କରିବା, କେନ୍ଦ୍ରୀୟ ଅର୍ଥରେ ନିଜ ପୋଷ୍ଟର ମାରି ବାହା ବାହା ନେବା,
ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା ଓ
କୃଷକ ସମ୍ମାନନିଧିରେ ଚଂଚକତା କରି ବ୍ୟାପକ ଘୋଟଲା ପ୍ରସଙ୍ଗରେ ଶ୍ରୀ ଚୁଗ୍ ରାଜ୍ୟସରକାରଙ୍କୁ ଜବାବ ମାଗିଥିଲେ ।
ଓଡିଶା ଗସ୍ତର ପ୍ରଥମ ଦିନରେ ଶ୍ରୀ ଚୁଗ୍ ରାଜ୍ୟ ସଭପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ରାଜ୍ୟ ସାଧାରଣ ସଂପାଦକ ଏବଂ ରାଜ୍ୟ
ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ପରେ ଶ୍ରୀ ଚୁଗ୍ ଖୋର୍ଦ୍ଧା ଜିଲ୍ଲାର ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀଙ୍କ ସହ ସାଙ୍ଗଠନିକ ବୈଠକରେ
ଯୋଗ ଦେବା ସହ ଓଡିଶା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ବୈଠକରେ ଦଳର
ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଶ୍ରୀ ଚୁଗ୍ ପୁରୀ ଜିଲ୍ଲା ବିଜେପି ସାଙ୍ଗଠନିକ ବୈଠକରେ ଯୋଗ ଦେଇ ମୋଦୀ
ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ବୁଥ୍ ସ୍ତରରେ ପହଂଚାଇବା ନେଇ ଆଲୋଚନା କରିଥିଲେ ।
ଦ୍ୱିତୀୟ ଦିନରେ ଶ୍ରୀ ଚୁଗ୍ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଏକ ବୁଥ୍ ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା
କରିଥିଲେ । ପରେ ଶ୍ରୀ ଚୁଗ୍ ରାଜ୍ୟ କାର୍ଯ୍ୟାଳୟରେ ଅନୁସୂଚିତ ଜାତି ମୋର୍ଚ୍ଚା ପଦାଧିକାରୀଙ୍କ ସହ ମୋର୍ଚ୍ଚାର ଆଗାମୀ ଦିନର ଋଣନୀତି ପ୍ରସ୍ତୁତି
ପ୍ରସଙ୍ଗରେ ବ୍ୟାପକ ଭାବେ ଆଲୋଚନା କରିଥିଲେ । ଶ୍ରୀ ଚୁଗ୍ ଜିଲ୍ଲା ପରିଷଦ ଓ ବ୍ଲକ ଚେୟାରମ୍ୟାନ ଏବଂ ଭାଇସ ଚେୟାରମ୍ୟାନଙ୍କ
ବୈଠକରେ ଯୋଗ ଦେଇ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା ଦେବା ସହ ଦଳୀୟ କାର୍ଯ୍ୟକ୍ରମ ଭିତିରେ
ଲୋକଙ୍କ ପାଖରେ ପହଂଚାଇବା ପାଇଁ ମତ ରଖିଥିଲେ । ସଂଧ୍ୟାରେ ଶ୍ରୀ ଚୁଗ୍ ଦଳୀୟ କାର୍ଯ୍ୟାଳୟରେ ସମସ୍ତ ବିଭାଗ ଏବଂ ସେଲର
ଇନଚାର୍ଜମାନଙ୍କ ସହ ବୈଠକ କରି ସରକାରୀ ଯୋଜନା ଓ ଦଳର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ସାଧାରଣ ଜନତାଙ୍କ
ସମସ୍ୟାରେ ରାଜ୍ୟ ସରକାରଙ୍କୁ ଜୋରଦାର ଘେରିବା ପାଇଁ ଆହ୍ୱାନ ଦେବା ସହ ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ସୁଦୃଢ କରିବା ନେଇ
କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ଚୁଗ୍ ।