28.1 C
Bhubaneswar
Wednesday, April 24, 2024
Homeଓଡିଶାମେଟ୍ରୋନ ସଂଘର ଧାରଣା

ମେଟ୍ରୋନ ସଂଘର ଧାରଣା

ମୟୂରଭଞ୍ଜ : ବିନା କାରଣ ଦର୍ଶାଅ ନୋଟିସରେ ଜଣେ ମେଟ୍ରୋନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ପ୍ରତିବାଦରେ ସଂଘ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଜିଲ୍ଲା ମେଟ୍ରୋନ ସଂଘର କର୍ମଚାରୀ।ତେବେ କିଛି ମାସ ପୂର୍ବରୁ ଖୁଣ୍ଟା ବ୍ଲକ ଅଧିନ SSB ME School ରେ ସମିତା ଟୁଡୁ ନାମକ ଜଣେ ସପ୍ତମଶ୍ରେଣୀ ଛାତ୍ରୀମୃତ୍ୟୁ ଘଟଣାକୁ ନେଇ ବିଦ୍ୟାଳୟରେ କାର୍ଯ୍ୟରତ ମେଟ୍ରୋନ ଦୁଲାରୀ ମାରାଣ୍ଡିଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।ଦୁଲାରୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ଛାତ୍ରୀମୃତ୍ୟୁ ଘଟଣାରେ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିର୍ଦେଶରେ ମେଡ଼ିସିନ ଖାଇବା ପାଇଁ ଦେଇଥିଲେ। ଏହି ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଙ୍କୁ କରଣଦର୍ଶାଅ ନୋଟିସ ଦେଇଥିଲେ ସୁଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ତାଙ୍କୁ କୌଣସି ନୋଟିସ ନ ଦେଇ ଏକତରଫା ଭାବେ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।ତେବେ ମେଟ୍ରୋନ ସଂଘ ଏଭଳି ଅନ୍ୟାୟ ପଦକ୍ଷେପର ପ୍ରତିବାଦ କରିବା ସହିତ ମେଟ୍ରୋନଙ୍କୁ ତୁରନ୍ତ କାର୍ଯ୍ୟ କରିବା ପାଇଁ ପୁନଃ ନିର୍ଦ୍ଧେଶ ଦେବାକୁ ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking