18.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶମହାରାଷ୍ଟ୍ରରେ କରୋନା ମୁକ୍ତ ଗାଁ ପ୍ରତିଯୋଗିତା, ବିଜୟୀଙ୍କୁ ମିଳିବ ୫୦ଲକ୍ଷ ଟଙ୍କା

ମହାରାଷ୍ଟ୍ରରେ କରୋନା ମୁକ୍ତ ଗାଁ ପ୍ରତିଯୋଗିତା, ବିଜୟୀଙ୍କୁ ମିଳିବ ୫୦ଲକ୍ଷ ଟଙ୍କା

ମୁମ୍ବାଇ : କରୋନା ସଂକ୍ରମଣ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଅଭିନବ ପନ୍ଥା ଅବଲମ୍ବନ କରିଛନ୍ତି । ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ଲାଗି ସରକାର ଏକ ପ୍ରତିଯୋଗିତାର ବ୍ୟବସ୍ଥା କରିଛନ୍ତି । ଏହି ପ୍ରତିଯୋଗିତା ସମ୍ପର୍କରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ ଯେଉଁ ଗାଁ ସମ୍ପୂର୍ଣ୍ଣ କରୋନା ମୁକ୍ତ ହେବ, ସେହି ଗାଁକୁ ପୁରସ୍କାର ଆକାରରେ ୫୦ଲକ୍ଷ ଟଙ୍କା ଦିଆଯିବ । ମହାରାଷ୍ଟ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁଶ୍ରିଫ କହିଛନ୍ତି, ମୋ ଗ୍ରାମ କରୋନା ମୁକ୍ତ ପଦକ୍ଷେପର ଏକ ଅଂଶ । ସମଗ୍ର ରାଜ୍ୟକୁ କରୋନା ମୁକ୍ତ କରିବା ଏହାର ମୁଖ୍ୟ ଲକ୍ଷ୍ୟ । ମହାମାରୀ କରୋନାର ପରିଚାଳନା ପାଇଁ ରାଜ୍ୟର ୬ଟି ରାଜସ୍ୱ ବିଭାଗର ୩ଟି ଗ୍ରାମପଞ୍ଚାୟତକୁ ପୁରସ୍କାର ପ୍ରଦାନ କରାଯିବ । ପ୍ରଥମ ସ୍ଥାନ ଅଧିକାର କରୁଥିବା ଗାଁକୁ ୫୦ଲକ୍ଷ ଟଙ୍କା ପୁରସ୍କାର ଏବଂ ଦ୍ୱିତୀୟ ଓ ତୃତୀୟ ବିବେଚିତ ହେଉଥିବା ଗାଁକୁ ଯଥାକ୍ରମେ ୨୫ଲକ୍ଷ ଓ ୧୫ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking