26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭିନ୍ନକ୍ଷମ ଙ୍କୁ ସହାୟତା

ଭିନ୍ନକ୍ଷମ ଙ୍କୁ ସହାୟତା

ମାଲକାନଗିରି : ପୁଣି ସେହି ପୁରୁଣା ନାଁ ଶୁଭଶ୍ରୀ ନାୟକ, ଆଦର୍ଶ ଥାନା ମାଲକାନଗିରି ରେ କାର୍ଯ୍ଯରତ ସବ୍ଇନିସପେଷ୍ଟର ଅବସର ସମୟ ରେ ସେ ମାନବିକତା ର ପରିଚୟ ଦେଇ ଜିଲ୍ଲା ପୋଲିସ୍ ପାଇଁ ସାଜିଛନ୍ତି ଗର୍ବ ଓ ଗୌରବ ଦିନେ ସେ ଡିଉଟି କରୁଥିବା ସମୟରେ ହଠାତ୍ ଏକ ଅଜଣା no ମ୍ବରମ୍ ରୁ ଫୋନ୍ କଲ୍ ଟି ପାଇଲେ ଶୁଭଶ୍ରୀ l ମା ଆମ ଦୁଃଖ ଟିକିଏ ବୁଝିବୁ ଟିକେ ଆମ ଦୁଃଖ ବୁଝେ ମାଆ, ଏପରି କହୁଥିବା ବ୍ୟକ୍ତି ଜଣକ ବରୋଡୁରାଲ ଗ୍ରାମର ଅସହାୟ ବୁଦାମାଝୀ ଜୀବନ ଜିବିକା ପାଇଁ କଠିନ ପରିଶ୍ରମ କରି ବୟସ ରୋ ଅପରାହ୍ନରେ ବାତ ରୋଗରେ ଶିକାର ହୋଇ ପଙ୍ଗୁ ହୋଇଯାଇଛନ୍ତି l ନିଜ ବସିବା ସ୍ତାନ ରୁ ଉଠିବା ତାଙ୍କର୍ ସମର୍ଥ ନାହିଁ l ତାପରେ ଶୁଭଶ୍ରୀ ଚିନ୍ତା କଲେ ଯେ ମାନବ ସେବା ହି ମାଧବ ସେବା l ଏହିପରି ଚିନ୍ତା କରି ଶୁଭଶ୍ରୀ ନିଜ୍ ଛୁଟି ସମୟ ରୁ କିଛି ସମୟ ବାହାର କରି ଦୁର୍ଗମ ଅଞ୍ଚଳର ପାହାଡ ପରେ ପାହାଡ ଅତିକ୍ରମ କରି ପହଞ୍ଚିଥିଲେ ବରୋଡୁରାଲ ଗ୍ରାମ ରେ l ବୁଦା ଓ ତାଙ୍କ ସ୍ତ୍ରୀ କହଭରା କଣ୍ଠରେ ଝିଅ ବୋଲି ଡାକିଲେ ଆଶିର୍ବାଦ ଦେଲେ l ଶୁଭଶ୍ରୀ ଦେଖିଲେ ଭିନ୍ନକ୍ଷମ ଦମ୍ପତୀ ସତରେ ଅଶାୟକ ତାଙ୍କର ନିଜର ଘର ଖଣ୍ଡିଏ ନାହିଁ। ବୃଦ୍ଧା ବୁଦା ଙ୍କ ସେବା ଯତ୍ନ କରିବା ପାଇଁ ତାଙ୍କ ସ୍ତ୍ରୀ ର ସମର୍ଥନ ନାହିଁ l ସରକାରୀ ସହାୟତା ଯଥେଷ୍ଟ ନୁହେଁ l ଆଶା କରୁଛନ୍ତି ଅଧିକ ସହାୟତା l ସଙ୍ଗେ ସଙ୍ଗେ ଶୁଭଶ୍ରୀ ରାଜ୍ୟ ଭିନ୍ନ କ୍ଷମ କମିସନର ଅଧକ୍ଷ ଶ୍ରୀମତୀ ସୁଲୋଚନା ଦାସଙ୍କୁ ଯୋଗାଯୋଗ କରିଥିଲେ l ସେ ମହାଶୟ ସାଧୁବାଦ୍ ଜଣାବା ସଙ୍ଗେ ସଙ୍ଗେ ଜିଲ୍ଲା DSSO ଅଙ୍କୁ ଜଣାଇ ତତକ୍ଷଣାତ୍‌ ବୁଦ୍ଧା ଦାମ୍ପତି କୁ ତତ୍ କ୍ଷଣାତ୍ ସହାୟତା ଦେଇଥିଲେ ଶ୍ରୀମତୀ  ଦାସ୍ l ବରୋଡୁରାଲ ଘଟି ରେ ଏହି ଭିନ୍ନ କ୍ଷମ ଦମ୍ପତ୍ତି କୁ ସହାୟତା ର ପ୍ରତିଶୁତି ଦେଇଛନ୍ତି l କେବଳ ଶୁଭଶ୍ରୀ ନୁହେ ଯଦି ପ୍ରତି ବିଭାଗର ସରକାରି କର୍ମଚାରୀ ମାନେ ଏହି ଭଲି ସେବା ସହାୟତା ଓ ମାନବିକତା ରୋ କାର୍ଯ୍ୟ କରନ୍ତେ ତେବେ ପ୍ରଶାସନ ନିଶ୍ଚିତ ଭାବରେ ଲୋକଅଭିମୁଖୀ ହୋଇ ପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking