18.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶବେଲ ଅବଧି ବୃଦ୍ଧି ଆବେଦନର ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ବେଲ ଅବଧି ବୃଦ୍ଧି ଆବେଦନର ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ‘ଇଡି’ ଦ୍ୱାରା ଗିରଫ ହୋଇ ଅନ୍ତରୀଣ ବେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସର୍ବୋଚ୍ଚ କୋର୍ଟରୁ ଆଉ ଏକ ଝଟକା ଲାଗିଛି । ମଧ୍ୟବର୍ତ୍ତୀକାଳୀନ ବେଲ ଅବଧି ବୃଦ୍ଧି କରିବା ପାଇଁ କେଜ୍ରିୱାଲ କରିଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ କୋର୍ଟ ଆଜି ମନା କରିଦେଇଛନ୍ତି । ଏହା ସହ ଏହି ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଛି ।

କେଜ୍ରିୱାଲ ମେ’ ପହିଲାରେ ଦୀର୍ଘ ଶୁଣାଣି ପରେ ଅନ୍ତରୀଣ ଜାମିନରେ ବାହାରିଥିଲେ । ତିହାର ଜେଲରେ ତାଙ୍କୁ ୨ ଜୁନ ସୁଦ୍ଧା ଆତ୍ମସମର୍ପଣ କରିବାକୁ ବେଲରେ ସର୍ତ୍ତାବଳି ଥିଲା । ଏବେ କେଜ୍ରିୱାଲ ଅନ୍ତରୀଣ ଅବଧି ମଧ୍ୟରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ବେଲ ଅବଧିକୁ ବୃଦ୍ଧି କରିବା ପାଇଁ ଏକ ମାମଲା ଦାଏର କରିଥିଲେ । ଯାହାର ଶୁଣାଣି ଚଳିତମାସ ୧୭ ତାରିଖରେ ଜଷ୍ଟିସ ମହାଶ୍ୱରୀ ଓ ବିଶ୍ୱନାଥନଙ୍କ ଖଣ୍ଡପୀଠରେ ହୋଇଥିଲା । ଆଜି ସଂରକ୍ଷିତ ନିର୍ଦ୍ଦେଶ ପ୍ରକାଶ କରି କୋର୍ଟ ଏହି ମାମଲାରେ କୌଣସି ତୁରନ୍ତ ଶୁଣାଣି କରିବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି । ଏହାସହ ମାମଲାଟି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରାଯାଇଛି । ଏହାର ପରବର୍ତ୍ତୀ ଶୁଣାଣି ତାରିଖ ମଧ୍ୟ ପରେ ଚୂଡାନ୍ତ ହେବା ନେଇ କୋର୍ଟ କହିଛନ୍ତି ।

ତେବେ ଗିରଫଦାରୀର ଦୀର୍ଘ ୫୦ ଦିନ ପରେ ସର୍ବୋଚ୍ଚ କୋର୍ଟରୁ ଅନ୍ତରୀଣ ଜାମିନ ପାଇବାରେ ସଫଳ ହୋଇଥିଲେ କେଜ୍ରିୱାଲ । ନିର୍ବାଚନ ସମୟରେ ଏପରି ଗିରଫଦାରୀ କାହିଁକି ବୋଲି ମଧ୍ୟ କୋର୍ଟ ତଦନ୍ତକାରୀ ସଂସ୍ଥାକୁ ପ୍ରଶ୍ନ କରିଥିଲେ । ନିୟମିତ ବେଲ ମିଳିନଥିଲେ ସୁଦ୍ଧା କେଜ୍ରିୱାଲ ବେଶ ସକ୍ରିୟତାର ସହ ପ୍ରେସମିଟ କରି ବିଜେପି ଉପରେ ବର୍ଷିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହାରି ମଧ୍ୟରେ ତାଙ୍କୁ ଜୁନ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ହେବ । ଅଧିକ ସମୟ ମାଗି କୋର୍ଟରେ ଏକ ମାମଲା କରିଥିବା କେଜ୍ରିୱାଲଙ୍କୁ ଆଜି ନିରାଶ ହେବାକୁ ପଡିଛି । ଯଦି ଜୁନ ପହିଲା ମଧ୍ୟରେ ବୃହତ୍ତର ଖଣ୍ଡପୀଠ ଏହି ମାମଲାର ଶୁଣାଣି ନକରିନ୍ତି, ତେବେ କେଜ୍ରିୱାଲଙ୍କୁ ପୁନର୍ବାର ଜେଲରେ ଆତ୍ମସମର୍ପଣ କରିବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking