ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ତହ ସିଲି ଅନ୍ତର୍ଗତ ଖରଡ଼ି ଗ୍ରାମ ପଞ୍ଚାୟତ ଆମ୍ବସାର ଠାରେ ବେଆଇୟୀନି ଭାବେ ମାଙ୍କଡ଼ା ପଥର କାଟୁଛନ୍ତି ସୁକିନ୍ଦା ବ୍ଲକ ଭାଇସ ଚେୟାରମ୍ୟାନ ଙ୍କ ସମ୍ପର୍କ ଲୋକ। ଯାଜପୁର ଜିଲ୍ଲା ସୁକିନ୍ଦା ରେ ଦୀର୍ଘ ଦିନ ଧରି ମାଙ୍କଡ଼ା ପଥର ଚୋରାଚାଲାଣ ଓ ଲଘୁ ଖଣିଜ ପଦାର୍ଥ ବନ୍ଦ ରହିଥିଲା। ସୁକିନ୍ଦା ଠାରେ ମାଙ୍କଡା ପଥର ବେଆଇୟୀନୀ ଭାବେ କାଟୁଥିବା ସମୟରେ ମାଙ୍କଡ଼ା ପଥରର ଗାଡ଼ି ଥିଲା ୪୦ରୁ୫୦ ଫୁଟ ଅଧିକ ଗଭୀଡ ଥିବାରୁ ମାଙ୍କଡା ପଥର ଖାଦାନର ଗାଡ ଭୂସୁଡି ପଡ଼ି ୧୫ ଜଣ ନୀରିହ ଆଦିବାସୀ ପ୍ରାଣ ହରାଇଥିଲେ। ସେହିଦିନ ଠାରୁ ସୁକିନ୍ଦା ଲଘୁ ଖଣିଜ ଦ୍ରବ୍ୟ ବନ୍ଦ ରହିଥିଲା।ଏବେ ସୁକିନ୍ଦା ବ୍ଲକ ଭାଇସ ଚେୟାରମ୍ୟାନ ନେତୃତ୍ବରେ ତାଙ୍କ ନିଜ ସମ୍ପର୍କ ଲୋକ ମାଙ୍କଡା ପଥର ଚୋରା ଚାଲାଣ କରୁଛନ୍ତି।ଏହିକୁ ନେଇ ସୁକିନ୍ଦାର ବିଜେପି ପ୍ରାର୍ଥୀ ପ୍ରଦିପି ବଳ ସାମନ୍ତ ଓ ଯାଜପୁରଜିଲ୍ଲା ବିଜେପି ଯୁବମୁର୍ଚ୍ଛା ର ଉପ ସଭାପତି ରବିନ୍ଦ୍ର ପୁହାଣ ତହସିଲଦାର ଙ୍କୁ ଜଣାଇଥିଲେ। ସୁକିନ୍ଦା ତହସିଲଦାର କନ୍ନ ପାତ କଲେ ନାହିଁ। ବିଜେପି ଯୁବକ ମୁର୍ଚ୍ଛା ଉପସଭାପତି କହିଛନ୍ତି ଯେ ମାଙ୍କଡ଼ା ପଥର କାରବାର କରୁଥିବା ସୁକିନ୍ଦା ବ୍ଲକ ଭାଇ ଚ୍ୟାୟାର ମ୍ୟାନେ ନିଜ ଲୋକ ବୋଲି ତହସିଲଦାର କୈାଣସି ପଦେକ୍ଷପ ନେଉ ନାହାଁନ୍ତି। ସେଥିପାଇଁ ବିଜେପି ଯୁବକ ମୁର୍ଚ୍ଛା ଯାଜପୁରର ଉପସଭାପତି ରବିନ୍ଦ୍ର ପୁହାଣ ଓ ସୁକିନ୍ଦା ବିଜେପି ପ୍ରାର୍ଥୀ ପ୍ରଦିପି ବଳ ସାମନ୍ତ ଆଗାମୀ ଦିନରେ ତ୍ରିବ ଆନ୍ଦୋଳନ କରିବେ ବୋଲି କହିଛନ୍ତି।