27.1 C
Bhubaneswar
Thursday, April 25, 2024
HomeUncategorizedବିଜୁଙ୍କ ଦେଶପ୍ରେମ

ବିଜୁଙ୍କ ଦେଶପ୍ରେମ

ଭୁବନେଶ୍ୱର : ବିଜୁ ବାବୁଙ୍କର ଦେଶପ୍ରତି ଅହେତୁକ ଭକ୍ତି ଓ ସମ୍ମାନ ଥିଲା । ତେବେ ତୃତୀୟ ପଂଚ ବାର୍ଷିକୀ ଯୋଜନାରେ ଭାରତର ବଡ ବଡ ବନ୍ଦରର ନାଁ ଥିବା ବେଳେ ଓଡିଶାର ନାଁ ଗନ୍ଧ ମଧ୍ୟ ନଥିଲା । ପାରାଦୀପକୁ ପରିବହନର ସୁବିଧା ନଥିବାରୁ ବୃହତ ବନ୍ଦର ଦାବିକୁ କେନ୍ଦ୍ର ସରକାର ଆଦୌ ଗୁରୁତ୍ୱ ଦେଉନଥିଲେ । ପଂଚ ବାର୍ଷିକୀ ଯୋଜନାରେ ଅର୍ଥ ବରାଦ ନଥିଲେ ବି ଅତ୍ୟନ୍ତ ଦୁଃସାହସି ବିଜୁ ପଟ୍ଟନାୟକ ଦୁଇଟି ବଡ ପ୍ରକଳ୍ପ ଘୋଷଣା କରିଦେଲେ । ଯାହା ଶୁଣି ସମସ୍ତେ ଚକିତ ହୋଇ ରହିଯାଇଥିଲେ । ଗୋଟିଏ ହେଲା ପାରାଦୀପଠାରେ ସବୁଠାରୁ ଗଭୀର ବନ୍ଦର ଓ ଅନ୍ୟଟି ହେଲା ବନ୍ଦର ସହ ସଂଯୋଗ କରୁଥିବା ଏକେସପ୍ରେସ ହାଇଓ । ତେବେ ଏହି ଘୋଷଣା ପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିଲେ ବିଜୁ ବାବୁ । ହେଲେ ସେଥିପ୍ରତି ଜମା ବି ଭ୍ରୁକ୍ଷେପ କରିନଥିଲେ ବିଜୁ ବାବୁ । ଦେଶର ଯୋଜନା କମିଶନଙ୍କ ଅନୁମୋଦନ ନଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପାରାଦୀପ ବନ୍ଦରର ଶୁଭ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ । ମୁଖ୍ୟମନ୍ତ୍ରୀଙ୍କ ଉତ୍ସାହ ଦେଖି ତାଜୁକ ହଇ ରହିଯାଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଅମଙ୍ଗ ହୋଇଥିଲେ ମଧ୍ୟ, ଶେଷରେ ସମ୍ମତି ଜଣାଇଥିଲେ ପ୍ରଧାନମନ୍ତ୍ରୀ ।
ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଦେଶ ମାତୃକାର ସୁରକ୍ଷା ପାଇଁ ବେଶ୍ ଚିନ୍ତିତ ଥିଲେ ବିଜୁ ବାବୁ । ଜୁଲାଇ ୧୦ ତାରିଖ ୧୯୬୨ ମସିହାରେ କୌଣସି ସୂଚନା ନ ଦେଇ ଭାରତ ଉପରେ ଆକ୍ରମଣ କରିଥିଲା ଚୀନ । ଚୀନର ବିଶାଳ ସେନାକୁ ସମ୍ମ୍‌ଖୀନ ହେବା ପାଇଁ ଭାରତ ସମର୍ଥ ନଥିଲା । ସେପଟେ ପଂଚଶୀଳ ନୀତି ଘୋଷଣା କରି ପଣ୍ଡିତ ଜବାହାରଲାଲ ନେହେରୁ ମଧ୍ୟ ଏଥିପାଇଁ ଆଦୌ ପ୍ରସ୍ତୁତ ନଥିଲେ । ଆଉ ଗୋଟିଏ ପଟେ ବିଶାଳ ଚୀନ ସେନା ଭାରତ ମଧ୍ୟକୁ ପ୍ରବେଶ କରୁଥିଲା । ଭାରତ ସରକାର ଚୀନ ଆକ୍ରମଣର ଯେପରି ଆଭିମୁଖ୍ୟ ଗ୍ରହଣ କରିଥିଲେ, ସେଥିରେ ଆଦୌ ସନ୍ତୁଷ୍ଟ ନଥିଲେ ବିଜୁ ବାବୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ ଅଭଜ୍ଞତା ଯୋଗୁଁ ଚୀନ ଆକ୍ରମଣ ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କରିଥିଲେ ପ୍ରଧାନମନ୍ତ୍ରୀ । ବିଜୁବାବୁ ଯେପରି ଚାହୁଁଥିଲେ ସେଥିରେ ରାଜି ନଥିଲେ ପ୍ରଧାନମନ୍ତ୍ରୀ । ଯେଉଁଥିପାଇଁ ଅତ୍ୟଧିକ ରାଗିଯାଇଥିଲେ ବିଜୁ ବାବୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking