28.1 C
Bhubaneswar
Friday, March 29, 2024
Homeଅପରାଧପୋଷି ପାରିବେନି ବୋଲି ୮ଦିନର ଶିଶୁକୁ ଦାନ କରିଦେଲା ମା’

ପୋଷି ପାରିବେନି ବୋଲି ୮ଦିନର ଶିଶୁକୁ ଦାନ କରିଦେଲା ମା’

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ମାଳିସାହି ଶିଶୁଦାନ କରିବା ଘଟଣା ରେ ହସ୍ତକ୍ଷେପ କଲା ଜିଲ୍ଲାପ୍ରଶାସନ ।ସରକାରୀ ନିୟମ ବାହାରେ ଶିଶୁ ପ୍ରଦାନ କରାଯାଇଥିବା ବେଳେ ଉଭୟଙ୍କୁ ତଦନ୍ତ କରିବା ସହିତ ସରକାରୀ ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।ଅନ୍ୟ ପକ୍ଷରେ ଦାରିଦ୍ରତା କାରଣରୁ ନିଜ ଶିଶୁକୁ ନିଜ ମା ପାଖରେ ନାରାଜ ମା ।ବୋଲଗଡ ଥାନାରେ ସୃଷ୍ଟି ହେଲା ଶୋକାକୁଳ ପରିବେଶ ।ଏଭଳି ଘଟଣାକୁ ସବୁ ମହଲରୁ ନିନ୍ଦା ସହ ପରିବାର କୁ ସରକାରୀ ସୁରକ୍ଷା ଯୋଗାଇ ଦେବାକୁ ଦାବି ।
ଦାରିଦ୍ର ଆଗରେ ହାର ମାନିଲା ମମତା ।ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ମାଳିସାହି ଗ୍ରାମରେ ।ମାଳିସାହି ର ସନ୍ତୋଷ ବିଶ୍ୱାଳଙ୍କ ସ୍ତ୍ରୀ ବନିତା ବିଶ୍ୱାଳ ନିଜର ଚତୁର୍ଥ କନ୍ୟା ସନ୍ତାନ କୁ ଜନ୍ମର ଆଠଦିନ ପରେ ଅନ୍ୟ ହାତକୁ ଟେକି ଦେଇଛନ୍ତି ।ପୂର୍ବରୁ ତିନୋଟି ଝିଅ ଥିବା ବେଳେ ସେମାନଙ୍କୁ ସବୁଦିନ ଦୁଇମୁଠା ଖାଇବାକୁ ଦେବା ସମ୍ଭବ ହେଉନଥିବା ବେଳେ ନବଜାତ ଶିଶୁ କନ୍ୟାକୁବଞ୍ଚିାଇ ପାରିବନାହିଁ ବୋଲି ନିଜେ କହିଛନ୍ତି ।ସେହିପରି ଶିଶୁଟି ମରିବା ଅପେକ୍ଷା ସେ ଅନ୍ୟ ହାତରେ ଟେକି ଦେଇଥିବା କହିଛନ୍ତି ନିଜ ଜନ୍ମ କଲା ମା ।ସେପଟେ ପାଳିତ ମା ଗୀତାଞ୍ଜଳି ଷଢଙ୍ଗୀ ପାଳିତ ଶିଶୁ କନ୍ୟା ସହିତ ବୋଲଗଡ ଥାନାରେ ପହଞ୍ଚି ତଦନ୍ତ କୁ ସାମ୍ମା କରିଛନ୍ତି କହିଛନ୍ତି ନିଜ ଈଛାରେ ଓ ଉଭୟଙ୍କ ସହମତି ରେ ହୋଇଥିଲା ଶିଶୁ ଦେବା ଘଟଣା
ସେହିପରି ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ନଥିବା ବେଳେ କେବଳ ରେଶନ ଚାଉଳରେ କିପରି ନିଜର ପରିବାର ପ୍ରତିପୋଷଣ କରିବେ ତାଙ୍କୁ ନେଇଁ ମଧ୍ୟ ଗ୍ରାମବାସୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।ଏମିତି ଗତକାଲି ବୋଲଗଡ ଥାନା ତଦନ୍ତ କରିଛି।ଏହି ଘଟଣା ଆଗକୁ ଆସିବା ପରେ ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖରେପହଞ୍ଚିୁଛି ତାହା ଜଣା ପଡୁଛି ।ଆଗକୁ ସରକାର ଏହି ପରିବାର କୁ ସହାୟତା ହାତ ବଢାଇବାକୁ ଦାବି ହେଉଛି ।ଅନ୍ୟପଟେ ବୋଲଗଡ ଥାନା ଖୋର୍ଦ୍ଧା ଚାଇଡ ଲାଇନର ସଦସ୍ୟ ପହଞ୍ଚି ତଦନ୍ତ କରିବା ସହିତ ଉଭୟଙ୍କୁ ପଚରାଉଚରା କରିଥିଲେ ।ପରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ନିଜ ଝିଅ କୁ ସରକାରୀ ନିୟମ ଅନୁସାରେ ଗ୍ରହଣୀୟ ହେବା ପର‌୍ୟ୍ୟନ୍ତ ଜନ୍ମ କରିଥିବା ମା ପାଖରେ ରଖିବାକୁ ସମ୍ମତି ପ୍ରକାଶ କରିଥିଲେ ।ଖୋର୍ଦ୍ଧା ସିଡବ୍ଳୁସି ପାଖରେ ପ୍ରଡୁସ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking