30.1 C
Bhubaneswar
Thursday, April 25, 2024
Homeଓଡିଶାପରିବେଶ ଅସନ୍ତୁଳନ ଯୋଗୁ ପକ୍ଷୀ ମାନଙ୍କ ବଂଶ ବିଲୁପ୍ତ ହେବାକୁ ଯାଉଛି

ପରିବେଶ ଅସନ୍ତୁଳନ ଯୋଗୁ ପକ୍ଷୀ ମାନଙ୍କ ବଂଶ ବିଲୁପ୍ତ ହେବାକୁ ଯାଉଛି

ଯାଜପୁର : ପରିବେଶ ଅସନ୍ତୁଳନ ଯୋଗୁ ଯାଜପୁର ଜିଲ୍ଲା ତଥା ରାଜ୍ୟ ରେ ଅନେକ ପକ୍ଷୀ ବଂଶ ନିଶ୍ଚିହ୍ନ ହେବାକୁ ଯାଉଛି । କେତେକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁ ନାହାନ୍ତି । ଘରଚଟିଆ, ଭଦଭଦଳିଆ, ରାଜ ବଣି, ବାଇ ଚଢେଇ ପ୍ରଭୁତି ଅନେକ ପକ୍ଷୀ ଗାଁ ଗଣ୍ଡା ବଣ ଜଙ୍ଗଲ ବହୁଳ ପରିମାଣ ରେ ଦେଖା ଯାଉ ଥିଲେ, ଏବେ ସେମାନଙ୍କ ସଂଖ୍ୟା ହ୍ରାସ ପାଇ ଲାଣି । ଭଦବଦଳିଆ ପକ୍ଷୀ ଆଉ ବିଶେଷ ଦେଖିବାକୁ ମିଳୁନାହାଁନ୍ତି । ଏହି ପକ୍ଷୀ ଦେଖିଲେ ଶୁଭ ବୋଲି ଲୋକ କଥା ମାନ ରହିଛି । ୧୯୯୯ମହାବାତ୍ୟା ଠାରୁ ଦେଖିବାକୁ କମ ମିଳୁ ଛନ୍ତି । ସେହି ପରି ବାଇ ଚଢେଇ ବଡ଼ ବଡ଼ ତାଳ ଗଛ ରେ ବସା ବାନ୍ଧି ରହିଥାନ୍ତି । ଗାଁ ଗଣ୍ଡା ରେ ତାଳ ଗଛ ସଂଖ୍ୟା କମିବା ରୁ ବାଇ ଚଢେଇ ଅଣ୍ଡା ଦେବା ପାଇଁ ସୁବିଧା ନ ଥିବାରୁ କ୍ରମଶ ଲୋପ ପାଉ ଛନ୍ତି । ଘରଚଟିଆ ଚଢେଇ ଗୁଡିକ ଗ୍ରାମ ମାନଙ୍କ ଚାଳ ଛପର ଘରେ ବାସ କରନ୍ତି, ଗ୍ରାମ ମାନଙ୍କ ର ବହୁଳ ଭାବ ରେ କୋଠା ଘର ହେବା ଦ୍ୱାରା ଗଛ ରେ ବସା ବାନ୍ଧି ରହୁଛନ୍ତି, ସେଥିପାଇଁ ଗ୍ରାମ ରେ ଆଉ ବିଶେଷ ଭାବ ରେ ଦେଖା ଯାଉ ନାହାନ୍ତି ।. ଏହି ପକ୍ଷୀ ଘରେ ରହିଲେ ଶୁଭ ବୋଲି ପ୍ରବାଦ ରହିଛି । ରାଜ ବଣି ମଧ୍ୟ୍ୟ କମ ଦେଖିବାକୁ ମିଳୁଛି । ପରିବେଶ ଅସନ୍ତୁଳନ, ଜଳ ବାୟୁ ପରିବର୍ତ୍ତନ, ବ୍ୟାପକ ଜଙ୍ଗଲ ନଷ୍ଟ, ପ୍ରାକୃତିକ ବିପର‌୍ୟୟ , ଯୋଗୁ ପକ୍ଷୀ ବଂଶ ଲୋପ ପାଉଛି । କଳ କାର ଖାନା ଓ ଖଣି ଖାଦାନ ଖନନ ଯୋଗୁ ବ୍ୟାପକ ଜଙ୍ଗଲ ହାନି ଘଟୁଛି. .କଳ କାରଖାନା ର ନିର୍ଗତ ଧୂଆଁ ଯୋଗୁ ବାୟୁ ମଣ୍ଡଳ ପ୍ରଦୁଷିତ ହେଉଛି । ପକ୍ଷୀ ମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ ଅଭାବ ଯୋଗୁ ବଂଶ ବିସ୍ତାର ପାଇଁ ବାଧକ ସାଜୁଛି । ଅନ୍ୟ ପକ୍ଷରେ ଶାଗୁଣା ଓ କୁଆ ବଂଶ ସଂଖ୍ୟା କମିବାରେ ଦେଖା ଯାଉଛି । ଆଗାମୀ ପିଢ଼ି ମାନେ ବିଲୁପ୍ତ ପକ୍ଷୀ ମାନଙ୍କୁ କେବଳ ଚିତ୍ର ରୁ ଦେଖି ବାକୁ । ବାଇ ଛଡେଇ କୁ ନେଇ ଅନେକ ଶିଶୁ ମାନଙ୍କ ପାଇଁ କବିତା ଲେଖା ଯାଇଛି. “ବାଇ ଚଢେଇ ରେ ବାଇ ଚଢେଇ ଵା କଲେ ବସା ଦୋହଲୁ ଥାଇ’ । ଏମିତି ଦିନ ଆସିବ ପକ୍ଷୀ ନ ଥିବେ କବିତା ଲେଖା ମଧ୍ୟ୍ୟ ବନ୍ଦ ହୋଇଯିବ । ପକ୍ଷୀ ମାନଙ୍କ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ସଂଗେ ପକ୍ଷୀ ଶିକାର ବନ୍ଦ ନକଲେ ପକ୍ଷୀ ମାନଙ୍କ ବଂଶ ବିଲୁପ୍ତ ହୋଇ ଯିବ । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଯାହା ଫଳରେ ପରିବେଶ ଉପରେ କୁ ପ୍ରଭାବ ପଡିବ । ପ୍ରକୃତି ପ୍ରତି ବିପଦ ଘନେଇ ଆସିବ । ସରକାର ବିଲୁପ୍ତ ପକ୍ଷୀ ଗୁଡିକ ସୁରକ୍ଷା ଦେବା ସହ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ର ଆବଶ୍ୟକତା ରହିଛି । ବନ ବିଭାଗ ନୂତନ ଜଂଗଲ ସୃଷ୍ଟି କରି ପକ୍ଷୀ ଶିକାର କୁ ନିଷେଧ କଲେ ପକ୍ଷୀ ବଂଶ ତିଷ୍ଠି ପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking