27.8 C
Bhubaneswar
Friday, April 19, 2024
Homeଅପରାଧଦୁଷ୍କର୍ମ ପୀଡିତାଙ୍କୁ ଜାଳିଦେବା ଘଟଣା,ବଞ୍ଚିବାର ଆଶା କ୍ଷୀଣ...

ଦୁଷ୍କର୍ମ ପୀଡିତାଙ୍କୁ ଜାଳିଦେବା ଘଟଣା,ବଞ୍ଚିବାର ଆଶା କ୍ଷୀଣ…

ନୂଆଦିଲ୍ଲୀ : ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ ପରେ ପୋଡି ମାରି ଦେଇଥିବା ଘଟଣାରେ ସାରା ଦେଶ ସ୍ତବ୍ଧ ଥିବା ବେଳେ ଆଜି ଅପରାଧୀମାନଙ୍କର ଏନକାଉଣ୍ଟର ହୋଇଛି | ତେବେ ଏଭଳି ବିଭସ୍ଥ ଘଟଣା ଘଟିବା ପରେ ପୁଣି ଏକ ଅତି ସମ୍ବେଦନଶୀଳ ଘଟଣା ଉତ୍ତରପ୍ରଦେଶରେ ଘଟି ଯାଇଛି । ଦୁଷ୍କର୍ମ ପୀଡିତାଙ୍କୁ ଦୁଷ୍କର୍ମ କରି ଜେଲ ଯାଇଥିବା ଅଭିଯୁକ୍ତ ଜେଲରୁ ମୁକୁଳିଛନ୍ତି | ଜେଲ୍‌ରୁ ମୁକୁଳିଥିବା ଅଭିଯୁକ୍ତମାନେ ପିଡୀତାଙ୍କୁ ଜାଳି ଦେଇଛନ୍ତି । ନିଜେ ପୀଡିତା ପୁଲିସକୁ ଫୋନ୍‌ କରିଥିଲେ । ପୀଡିତାଙ୍କୁ ୨ଅଭିଯୁକ୍ତ ଓ ତାଙ୍କର ୩ ଜଣ ସହଯୋଗୀମାନେ ମୁଣ୍ଡକୁ ପିଟି ଦେବା ପରେ ଛୁରି ଭୁଷି ଦେଇ ନିଆଁ ଲଗାଇ ଦେଇଥିଲେ । ଏହାପରେ ଜୀବନ ବଞ୍ଚାଇବା ପାଇଁ ପୀଡିତା ପ୍ରାୟ ଏକ କିଲୋମିଟର ଦୌଡିଥିଲେ। ତାଙ୍କୁ କେହିବି ସାହାଯ୍ୟ କରି ନଥିଲେ ।
ତେବେ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ହେଲେ ପୀଡିତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ପୀଡିତାଙ୍କ ଶରୀରର ୯୦ ପ୍ରତିଶତ ଜଳିଯାଇଛି । ସେ ବଞ୍ଚିବାର ଆଶା ଅତି କ୍ଷୀଣ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ଏହି ମାମଲାର ଶୁଣାଣୀ ପାଇଁ ପୀଡିତା ରାଏବଲେରୀକୁ ଯାଉଥିଲେ । ସେ ଷ୍ଟେସନକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ବାଟରେ ଧରି ନିଆଁ ଲଗାଇ ଦେଇଥିଲେ । ପୁଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶିବମ ତ୍ରିବେଦୀ ଓ ଶୁଭମ ତ୍ରିବେଦୀ ଅଛନ୍ତି ବୋଲି ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking