23.1 C
Bhubaneswar
Tuesday, March 19, 2024
Homeଦେଶ ବିଦେଶଦୀପାବଳି ପୂର୍ବରୁ କମିପାରେ ତୈଳ ଦର

ଦୀପାବଳି ପୂର୍ବରୁ କମିପାରେ ତୈଳ ଦର

ନୂଆଦିଲ୍ଲୀ : ଚିନ୍ତା ବଢାଉଛି ପେଟ୍ରୋଲ ଓ ଡିଜେଲ ଦର । କ୍ରମାଗତ ଭାବେ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । କିନ୍ତୁ ଏବେକାର ସୂଚନା ଅନୁଯାୟୀ ଦୀପାବଳି ପୂବରୁ ତୈଳ ଦର କିଛି ପରିମାଣରେ ହ୍ରାସ ପାଇପାରେ । ସୂଚନା ଅନୁସାରେ, ଉଭୟ ପେଟ୍ରୋଲ ଓ ଡିଜେଲ ଉପ୍ତାଦ ଟ୍ୟାକ୍ସରେ ସରକାର ଲିଟର ପିଛା ୨ରୁ ୩ଟଙ୍କା ହ୍ରାସ କରିପାରନ୍ତି ।ତେବେ ଦିପାବଳୀ ପୂର୍ବରୁ ଏ ନେଇ ଘୋଷଣା କରାଯାଇପାରେ ।

ଡିଜେଲ ଓ ପେଟ୍ରୋଲରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ସରକାରଙ୍କ ପାଖରେ ଅନେକ ବାଟ ରହିଛି । ଆଇସିଆଇସିଆଇ ସିକ୍ୟୁରିଟିଜ୍ ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଓ ଡିଜେଲରେ ଉତ୍ପାଦ ଶୁଳ୍କ ଲିଟର ପିଛା ୮ ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ । ଏହା ଦ୍ୱାରା ସରକାରଙ୍କ ଏହି ବର୍ଷର ରାଜସ୍ୱ ଟାର୍ଗେଟ ଉପରେ କୋଣସି ପ୍ରଭାବ ପଡିବା ନାହିଁ । ତେବେ ଗତ ଜାନିଆରୀ ୧ ତାରିଖରୁ ଏପର୍ଯ୍ୟନ୍ତ ପେଟ୍ରୋଲ ଦର ଲିଟର ପିଛା ୩୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୨୬ ଟଙ୍କା ବଢି ସାରିଛି ।

ସେହିପରି ଆଜି ପେଟ୍ରେଲ ଦର ଲିଟର ପିଛା ୩୫ ପଇସା ବଢିଛି । ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୬ ଟଙ୍କା ରହିଥିବା ବେଳେ ଜିଜେଲ ଦର ୯୪ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଦର ୧୧୨ ଟଙ୍କା ରହିଥିବା ବେଳେ ଡିଜେଲ ୧୦୨ ଟଙ୍କା ରହିଛି । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ରହିଛି । ଆଉ ଡିଜେଲ ଦର ୧୦୩ ଟଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking