37.1 C
Bhubaneswar
Thursday, March 28, 2024
Homeଓଡିଶାଝିଅ ଦେଲା ବାପାଙ୍କୁ ମୁଖାଗ୍ନି

ଝିଅ ଦେଲା ବାପାଙ୍କୁ ମୁଖାଗ୍ନି

ନବରଙ୍ଗପୁର: ଓଡିଆ ପରମ୍ପରା ଅନୁଯାୟୀ ସାଧରଣତଃ ଘରର ପୁଅ ମାନେ ମୁଖାଗ୍ନି ଦେଇଥାନ୍ତି । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଇଛି ନବରଙ୍ଗପୁର ଜିଲ୍ଲରେ । ଜଣେ ଝିଅ ହୋଇ ବାପାଙ୍କୁ ମୁଖାଗ୍ନି ଦେବା ଘଟଣା ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଜେପି ସଭାପତି ଲୋକନାଥ ପାଳ (୬୦)ଙ୍କ ପରଲୋକ ଘଟିଛି । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା ।
ଆଇନ ଶିକ୍ଷାରେ ସ୍ନାତକୋତ୍ତର କରିଥିବା ତାଙ୍କର ଏକ ମାତ୍ର ଝିଅ ଶତାବ୍ଦୀ ପାଳ ନିଜ ବାପାଙ୍କୁ ମୁଖାଗ୍ନୀ ଦେଇଛନ୍ତି।ପିତାଙ୍କ ମରଶରୀରରେ ଶତାବ୍ଦୀ ଅଗ୍ନିସଂଯୋଗ କରୁଥିବା ସମୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କାହାରି ମୁହଁରୁ କଥା ବାହାରୁ ନ ଥିବାବେଳେ ସମସ୍ତଙ୍କ ଆଖିରୁ ଲୁହ ଗଡ଼ି ଆସୁଥିଲା ଏବଂ ଉପସ୍ଥିତ ସଂପର୍କୀୟ ,ବନ୍ଧୁ ପାିବାରବର୍ଗ ଓ ଜନତା ସ୍ତବ୍ଧ ପାଲଟି ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking