କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରର ବାଇପାସ ରୋଡ କାର୍ଯ୍ୟ ଚାଲିଛି ମନ୍ଥର ଗତିରେ ଏହାକୁ ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମା ଠାରୁ ଜୟପୁର ଜାତୀୟ ରାଜପଥ ନିର୍ମାଣ ସମୟରେ ଜାତୀୟ ରାଜପଥକୁ ଠିକ୍ ରଖିବା ପାଇଁ ତାଗିଦ୍ କରିବା ସହିତ ରାସ୍ତା ମରାମତି ରେ ଅନିୟମିତତା ତଥା ନିମ୍ନ ମାନର କାର୍ଯ୍ୟ ନହେବ ତାହାକୁ ନେଇ ଜୟପୁର ଜାତୀୟ ରାଜପଥ ବିଭାଗ କାର୍ଯ୍ୟାଳୟ ସମିକ୍ଷା କରିଛନ୍ତି । ନିମ୍ନମାନର କାମ ଏବଂ ଜାତୀୟ ରାଜପଥ ମରାମତି ସମୟରେ ଠିକ୍ ଭାବରେ ଛୋଟ ଛୋଟ ସମସ୍ୟା ଦୂରକରି ମରାମତି କାର୍ଯ୍ୟ ଆଗେଇବା ନିମନ୍ତେ ତାଗିଦ୍ କରିଛନ୍ତି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାହିନୀପତି ଏବଂ ବିଧାୟକ ମହାଶୟ ଗୁରୁମହାରଜ କମ୍ପାନୀର ପ୍ରକଳ୍ପ ସଞ୍ଚାଳ ଇଂ ମହେଶ୍ୱର ସେଠି ଙ୍କୁ ୭ଦିନ ମଧ୍ୟରେ ମରାମତି କାର୍ଯ୍ୟରେ ଉନ୍ନତି ଏବଂ ଜାତୀୟ ରାଜପଥ ସଜାଡିବା ପାଇଁ ଲିଖିତ ପ୍ରତିଶ୍ରୁତି ମାଗିଛନ୍ତି । ଏହା ସହିତ ବିଧାୟକ ଶ୍ରୀଯୁକ୍ତ ବାହିନୀପତି କାର୍ଯ୍ୟ ନିର୍ବାହୀ ସଚିବ ଏବଂ ଏ.ସି ୱାର୍କ୍ସ ଡିପାର୍ଟମେଣ୍ଟ ଓ ଜୟପୁର ଜାତୀୟ ରାଜପଥ ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି । ଜାତୀୟ ରାଜପଥ ଏକ୍ଜୁକେଟିବ୍ ଇଂଞ୍ଜିନିୟର ଅଜୟ କୁମାର ମହାନ୍ତି ଜାତୀୟ ରାଜପଥ କାର୍ଯ୍ୟ ଖୁବ୍ ଶୀଘ୍ର ସମାପ୍ତ କରାଯିବ ବୋଲି ପ୍ରତିସୃତି ଦେଇଛନ୍ତି ।