32.1 C
Bhubaneswar
Thursday, March 28, 2024
Homeଓଡିଶାକରୋନା କଟକଣାକୁ ଫୁ’ : ଗୋଷ୍ଠୀ ସଂକ୍ରମଣ ଆଶଙ୍କା

କରୋନା କଟକଣାକୁ ଫୁ’ : ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ରାଜନଗର : କରୋନା ଭାଇରସ ସମଗ୍ର ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ପରୀପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ସବୁ ପରେବି ଜିଲ୍ଲା ପ୍ରଶାସନ ପକ୍ôଷରୁ ସପ୍ତାହର ଶେଷ ଦୁଇଦିନ ସଟଡାଉନ ଘୋଷଣା କରି କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି । ତେବେ ସଟଡାଉନର ଦୁଇଦିନ ପରେ ରାଜନଗର ବ୍ଲକର ରାଜନଗର ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ସାନବଡ଼ଗୋପାଳପୁର ଛକ, ତ୍ରିନାଥବଜାର ଛକ, ରାଜନଗର ହଂସୁଆ ସେତୁ, ହଂସୁଆ ସେତୁର ଉଭୟ ପାଶ୍ୱର୍, ବ୍ଲକ ଛକ, ଥାନା ଛକ, ଦୁର୍ଗାମଣ୍ଡପ ଛକରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଲୋକମାନେ ସାମାଜିକ ଦୂରତା ନମାନି ବଜାରରେ ଯା\’ଆସ କରିବା ଓ ଛିଡା ହୋଇ କଥା ହେଉଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ମାସ୍କ ପିନ୍ଧି ନଥିଲେ । ହଂସୁଆ ସେତୁରୁ ତ୍ରିନାଥ ବଜାର ଯାଏଁ ରାସ୍ତା କଡରେ ବସିଥିବା ପରିବା ବେପାରୀଙ୍କ ନିକଟରେ ମଧ୍ୟ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ରାଜନଗରରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଲୋକେ ସାମାଜିକ ଦୂରତାକୁ ମାନୁନାହାନ୍ତି । କେବଳ ପରିବା ବଜାର ନୁହେଁ ବ୍ଲକ ଅଫିସ, ତହସିଲ, ମେଡିକାଲ ସମେତ ବିଭିନ୍ନ ସରକାରୀ ଦପ୍ତରକୁ ଆସୁଥିବା ଲୋକେ କୋଭିଡ ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳିଛି । ସରକାର ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଆଇନ କଡାକଡି କରିଥିବା ବେଳେ ରାଜନଗରରେ ଏହାକୁ କେହି ମାନୁନଥିବା ଦେଖିବାକୁ ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking