29.1 C
Bhubaneswar
Saturday, April 20, 2024
Homeଓଡିଶାଆରପାରିର ଓଡ଼ିଶୀ ନୃତ୍ୟଶିଳ୍ପୀ ମୀନତି ମିଶ୍ର

ଆରପାରିର ଓଡ଼ିଶୀ ନୃତ୍ୟଶିଳ୍ପୀ ମୀନତି ମିଶ୍ର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ମୀନତି ମିଶ୍ରଙ୍କ  ସ୍ୱିଜରଲାଣ୍ଡରେ ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ଡକ୍ଟର ମୀନତି ମିଶ୍ର  ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ ଥିଲେ। ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ୧୯୪୮ରେ ପ୍ରଥମେ ଶିକ୍ଷା ଆରମ୍ଭ କରିଥିଲେ । ଏହାର ଦୁଇବର୍ଷ ପରେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର   ଓ ପରେ ଗୁରୁ ପଙ୍କଜ ଚରଣ ଦାସଙ୍କଠାରୁ ଓଡ଼ିଶୀ ଶିଖିଥିଲେ । ୧୯୬୬ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିଲେ | ମୀନତି  ୨୦୧୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।  ଗୁରୁ କେଳଚରଣ ମହାପାତ୍ର ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ୧୯୬୩ ମସିହାରେ ସୂର୍ଯ୍ୟମୁଖୀ କଥାଚିତ୍ରରୁ ଅଭିନେତ୍ରୀ  ଜୀବନ ଆରମ୍ଭ କରିଥିବା ମୀନତି ସୂର୍ଯ୍ୟମୁଖୀ, ଅରୁନ୍ଧତୀ, ଭାଇଭାଉଜ ଓ ଜୀବନସାଥୀ ଫିଲ୍ମରେ  ଅଭିନୟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking