28.9 C
Bhubaneswar
Wednesday, April 17, 2024
Homeସ୍ୱାସ୍ଥ୍ୟଅଧିକ ଲୁଣ ଖାଇବା ଦ୍ୱାରା ଶରୀରର ହୋଇଥାଏ ଅନେକ କ୍ଷତି

ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର ହୋଇଥାଏ ଅନେକ କ୍ଷତି

ନୂଆଦିଲ୍ଲୀ : ଆମ ସ୍ୱାସ୍ଥ୍ୟ ପାଇଁ ସୋଡିୟମ୍ ଅତ୍ୟନ୍ତ ଜରୁରୀ। କିନ୍ତୁ ଏହାର ଅତ୍ୟଧିକ ମାତ୍ରା ହାର୍ଟ ଏବଂ କିଡନୀ ରୋଗର ଗମ୍ଭୀରତା ବଢାଇପାରେ। ଏଥିପାଇଁ ଡାକ୍ତରମାନେ ସଠିକ୍ ପରିମାଣ ଲୁଣ ଖାଇବାକୁ ପରାମର୍ଶ ଦେଇଥାନ୍ତି।

ଅଧିକ କିମ୍ବା କମ୍ ଲୁଣ ଖାଦ୍ୟର ସ୍ୱାଦକୁ ନଷ୍ଟ କରିଥାଏ। ଠିକ୍ ସେହିପରି, ଅତ୍ୟଧିକ କିମ୍ବା ଅଳ୍ପ ଲୁଣ ଶରୀରର ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ। ସୋଡିୟମର କମ୍ ସେବନ ଶରୀରକୁ ଅନେକ ଉପାୟରେ ଉପକାର କରିଥାଏ, କିନ୍ତୁ ଯଦି ଶରୀରରେ ଏହାର ମାତ୍ରା ଅଧିକ ଥାଏ, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି କରିଥାଏ। ଆସନ୍ତୁ ଜାଣିବା କିପରି।

-ରକ୍ତରେ ସୋଡିୟମର ମାତ୍ରା ଅଧିକ ହେବା ଦ୍ୱାରା ରକ୍ତ ସଞ୍ଚାଳନ ଦ୍ରୁତ ହୋଇଥାଏ। ଯେଉଁ କାରଣରୁ ବିପି ବଢିଥାଏ। ଏହିପରି ରହିବା କ୍ରମାଗତ ଭାବରେ ହୃଦଘାତର ଆଶଙ୍କା ବଢାଇଥାଏ।

-ଲୁଣ ଜଳ ଶୋଷଣ କରେ। ଉଚ୍ଚ ବିପି ରୋଗୀମାନେ ଯେବେ ଅଧିକ ଲୁଣ ଖାଆନ୍ତି, ସନ୍ତୁଳନ ପାଇଁ ଲୁଣ ପାଣିକୁ ଶୋଷିଥାଏ, ଯାହା ଦ୍ୱାରା ରକ୍ତରେ ଲୁଣ ଏବଂ ଜଳର ପରିମାଣ ବଢିଯାଇଥାଏ ଏବଂ ଧମନୀ ଉପରେ ଚାପ ବଢାଇଥାଏ ।

-ଯେଉଁମାନଙ୍କର ଚର୍ମ ସମସ୍ୟା ଥାଏ, ସେମାନେ ମଧ୍ୟ କମ୍ ଲୁଣ ଖାଇବା ଉଚିତ୍। ଅତ୍ୟଧିକ ସୋଡିୟମ୍ ଗ୍ରହଣ ଦ୍ୱାରା ଚର୍ମ ରୋଗର ଆଶଙ୍କା ବଢିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking