୧୬ରୁ ଡିଏଲ୍ ଟେଷ୍ଟ

ଭୁବନେଶ୍ୱର: ୮ ମାସ ପରେ ପୁଣି ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଏବଂ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି।କରୋନା କଟକଣା ମଧ୍ୟରେ ଏହା ଆରମ୍ଭ ହେବ। ୨ ତାରିଖରୁ ସ୍ଲଟ୍ ବୁକିଂ, ୧୬ରୁ ଟେଷ୍ଟ ଆରମ୍ଭ ନେଇ ପରିବହନ କମିଶନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି।୧୨ ତାରିଖ ଦିନ ୧୧ଟାଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ। ପୂର୍ବରୁ ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତି ହିଁ ସ୍ଲଟ୍ ବୁକିଂ କରିପାରିବେ। ସେହିପରି ଲର୍ଣ୍ଣସ୍‌ ଲାଇସେନ୍ସ ଟେଷ୍ଟ ପାଇଁ ୧୫ ମିନିଟ ସମୟ ଦିଆଯିବ।

LEAVE A REPLY

Please enter your comment!
Please enter your name here