ନୂଆଦିଲ୍ଲୀ : ଇଭିଏମକୁ ନେଇ ଆବେଦନ ଉପରେ କୋର୍ଟଙ୍କ ବଡ ନିର୍ଦ୍ଦେଶ ରହିଛି । ଏନେଇ ନିର୍ୱାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଇଭିଏମ ସମ୍ପର୍କରେ କୋର୍ଟରେ ଆବେଦନ ହୋଇଥିଲା । ଇଭିଏମର ତମାମ ତଥ୍ୟ ତମାମ ସୂଚନା ସେଗୁଡିକୁ ସୁରକ୍ଷିତ ଭାବେ ଡାଟାବେସ ରେ ରଖିବା ପାଇଁ ନିର୍ୱାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ଇଭିଏମକୁ ନେଇ ବଡ ଧରଣର ବିତର୍କ ଚାଲିଛି , ୨୦୨୪ ନିର୍ୱାଚନ ପରେ ପରେ ଅନେକ ରାଜନୈତିକ ଦଳ ଇଭିଏମ ଇଭିଏମ ଗଣତିକୁ ନେଇ ଡାଟାବେସକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏବଂ ଇଲେକ୍ସନ କମିଶନ ଅଫ ଇଣ୍ଡିଆର ଭୂମିକାକୁ ନେଇ ଗୋଟିଏ ବଡ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏ ସଂକ୍ରାନ୍ତରେ କିଛି ରାଜନୈତିକ ଦଳ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଯାଇଥିଲେ । ଏବେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।